Odisha Link
Bridging the Missing Links in Odisha

ଘରୋଇ ବସ୍‌ ମାଲିକ ସଂଘର ନିଷ୍ପତ୍ତି: ଅକ୍ଟୋବର ୩୧ ଯାଏଁ ଧର୍ମଘଟ ସ୍ଥଗିତ

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ବସ ସଂଘ ଧର୍ମଘଟ ଡାକରା ଦେଇଛି। ଏହାପରେ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ବୈଠକ ହୋଇଛି। ବସ ସଂଘର ସଦସ୍ୟ ବୈଠକରେ ଉପସ୍ଥିତ ରହିଥିବା ଜଣାପଡିଛି। ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନାକୁ ବିରୋଧ କରି ଆସନ୍ତାକାଲି ଧର୍ମଘଟ ଡାକରା ଦେଇଛି ଘରୋଇ ବସ ମାଲିକ ସଂଘ। ସରକାର ଦାବି ପୂରଣ ନକରିବା ଯାଏ ରାଜ୍ୟରେ ଅନିର୍ଦ୍ଦିଷ୍ଟକାଳ ପାଇଁ ବସ ଗଡିବ ନାହିଁ ବୋଲି ସଂଘ ନିଷ୍ପତ୍ତି ନେଇଥିଲା। ତେବେ ଏହା ପରେ ସିଏମ୍‌ଓ-ବସ୍‌ ମାଲିକ ସଂଘ ବୈଠକ ହୋଇଥିଲା।

ବସ୍‌ ଧର୍ମଘଟ ସ୍ଥଗିତ ରଖିବାକୁ ମାଲିକ ସଂଘ ନିଷ୍ପତ୍ତି ନିଆଯାଇଛି। ଅକ୍ଟୋବର ୩୧ ଯାଏଁ ଧର୍ମଘଟ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ବସ୍‌ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ରାଜ୍ୟ ସରକାର ଲକ୍ଷ୍ମୀ ଯୋଜନାରେ ୧୬ଶହ ବସ୍‌ ଚଳାଇବେ। ୧୬ଶହରୁ ୧ ହଜାର ପଞ୍ଚାୟତରୁ ବ୍ଲକ, ୬ଶହ ବ୍ଲକରୁ ଜିଲ୍ଲା ମୁଖ୍ୟାଳୟ ଚାଲିବ। ପଞ୍ଚାୟତରୁ ବ୍ଲକ ମୁଖ୍ୟାଳୟ ଚାଲିବାକୁ ଥିବା ବସ୍‌ରେ ଆମର ସମସ୍ୟା ନାହିଁ। ବ୍ଲକରୁ ଜିଲ୍ଲା ମୁଖ୍ୟାଳୟ ଯିବାକୁ ଥିବା ବସ୍‌ ୩୧ ପର୍ଯ୍ୟନ୍ତ ଚାଲିବାର ନାହିଁ। ଏବେ ଜିଲ୍ଲା ମୁଖ୍ୟାଳୟ ବସ୍‌ ଚାଲିବାକୁ ନଥିବାରୁ ୩୧ ଯାଏଁ ଧର୍ମଘଟ ସ୍ଥଗିତ ରଖାଯାଇଛି।

Leave A Reply

Your email address will not be published.