Odisha Link
Bridging the Missing Links in Odisha

ଅମାନିଆଙ୍କୁ ସାବାଡ଼; ସ୍ପେଶାଲ ଡ୍ରାଇଭ୍‌ରେ ଧରାପଡ଼ି ୨୨୦ ଜଣ ଗଣିଲେ ତଣ୍ଡ

ଓଏଲ୍‌ ବ୍ୟୁରୋ: ଭୁବନେଶ୍ୱରରେ ଦୁଇ ଦିନିଆ ସ୍ପେଶାଲ ଡ୍ରାଇଭ୍‌ କରାଯାଇଥିଲା। ଏହି ସମୟରେ ମଦ୍ୟପାନ, ରଙ୍ଗ୍‌ ରୁଟ୍‌ ଡ୍ରାଇଭ, ବେଆଇନ ପାର୍କିଂରୁ ୨୨୦ ଜଣ ଧରାପଡ଼ି ତଣ୍ଡ ଗଣିଛନ୍ତି। କମିଶନରେଟ୍‌ ପୁଲିସ ପକ୍ଷରୁ ୭ ଓ ୮ ତାରିଖରେ ସ୍ପେଶାଲ ଡ୍ରାଇଭ କରାଯାଇଥିଲା। ଆଗକୁ ପୂଜା ଆସୁଥିବାରୁ କାର୍ଯ୍ୟାନୁଷ୍ଠାନ ଜାରି ରଖିବାକୁ ସୂଚନା ମଧ୍ୟ ରହିଛି।

ଅନ୍ୟପଟେ, ପୂର୍ବରୁ ମନ୍ତ୍ରୀ ତୁଷାରକାନ୍ତି ବେହେରା ଦେଇଥିବା ସୂଚନା ଅନୁସାରେ, ବିଗତ ୩ ବର୍ଷ ମଧ୍ୟରେ ଅମାନିଆ ଗାଡ଼ି ଚାଳକ ଗଣିଛନ୍ତି କୋଟି କୋଟି ଟଙ୍କାର ତଣ୍ଡ। କଟକ-ଭୁବନେଶ୍ବରରେ ଅମାନିଆ ଗାଡ଼ି ଚାଳକ ଟ୍ରାଫିକ ନିୟମ ଉଲ୍ଲଂଘନ କରି ପାଖାପାଖି ୧୮୬ କୋଟିରୁ ଅଧିକ ଟଙ୍କାର ଜରିମାନା ଗଣିଛନ୍ତି। ବିନା ହେଲମେଟରେ ଗାଡି ଚଳାଉଥିବା ୮ ଲକ୍ଷ ୬୬ ହଜାର ୪୬୪ ଜଣଙ୍କ ଠାରୁ ୮୫ କୋଟି ୬ ଲକ୍ଷ ୭୨ ହଜାର ୭୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ବିନା ହେଲମେଟରେ ହିଁ ସର୍ବାଧିକ ଜରିମାନା ଆଦାୟ କରାଯାଇଛି।

ରଙ୍ଗ୍ ରୁଟରେ ଗାଡି ଚଲାଇ ୧୮ ହଜାର ୭୨୫ ଜଣ ଧରାପଡିଥିବାବେଳେ ସେମାନଙ୍କଠାରୁ ୮କୋଟି ୭୭ଲକ୍ଷ ୯ହଜାର ୧୦୦ ଟଙ୍କା ଜରିମାନା ଆଦାୟ ହୋଇଛି। ମଦ୍ୟପାନ କରି ୫ହଜାର ୬୨୮ ଜଣ ଧରା ପଡିଛନ୍ତି। ସେମାନଙ୍କ ପାଖରୁ ୨କୋଟି ୮୦ଲକ୍ଷ ୮ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି। ଗତ ତିନି ବର୍ଷରେ ଟ୍ବିନ ସିଟିରେ ମୋଟ ୧ କୋଟି ୮୫ ଲକ୍ଷ ୨୩୯୪ ଜଣ ଟ୍ରାଫିକ ଉଲଙ୍ଘନକାରୀ ଧରାପଡିଛନ୍ତି। ଟ୍ରାଫିକ ନିୟମ ଉଲ୍ଲଂଘନ ବାବଦରେ ୧୮୬ କୋଟିରୁ ଅଧିକ ଜରିମାନା ଆଦାୟ ହୋଇଛି।

Leave A Reply

Your email address will not be published.