ଚିକିତ୍ସା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ଅବଦାନ; ସମ୍ବଲପୁରର ଜଣେ ବ୍ୟକ୍ତିଙ୍କୁ ମିଳିଲା ୧୦ ଲକ୍ଷ

ଓଏଲ୍ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବ ରାଜ୍ୟର ବିଭିନ୍ନ ଜିଲ୍ଲା ଭ୍ରମଣ କରିବା ସହ ଲୋକଙ୍କ ସମସ୍ୟା ବୁଝିଥିଲେ। କେବଳ ଏତିକି ନୁହେ ବରଂ ଲିଖିତ ଆକାରରେ ଲୋକଙ୍କ ପାଖରୁ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ। ଏହାରି ମଧ୍ୟରେ ସମ୍ବଲପୁରର କୌଶିକ ସାହୁ ନାମକ ଜଣେ ବ୍ୟକ୍ତି ଲିଖିତ ଆକାରରେ ସାହାଯ୍ୟ ମାଗିଥିଲେ। ମୁଖ୍ୟମନ୍ତ୍ରୀ ୨ ମାସ ଭିତରେ ଚିଠି ପାଇ ସାହାଯ୍ୟ କରିଛନ୍ତି।
ସମ୍ବଲପୁରର ନିତିଶ ସାହୁଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ମିଳିଥିବା ଜଣା ପଡିଛି। ୨ ମାସ ଭିତରେ ଚିଠି ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାହାଯ୍ୟ କରିଛନ୍ତି। ୫ ବର୍ଷ ହେଲା ନିତୀଶ ଚାଲିପାରୁ ନଥିବାରୁ ଫିଜିଓଥେରାପି ପାଇଁ ମୋଟା ଅଙ୍କର ଟଙ୍କା ଆବଶ୍ୟକ ଥିବାରୁ ବାପା କୌଶିକ ସାହୁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ।