Odisha Link
Bridging the Missing Links in Odisha

ଦଶହରା ପରେ ବଦଳିଲେ କଟକ ଜିଲ୍ଲାପାଳ

ଓଏଲ୍‌ ବ୍ୟୁରୋ: ଅତି ଆଡ଼ମ୍ବରର ସହ ଶେଷ ହୋଇଛି ଦୁର୍ଗା ପୂଜା। ପୀଠ ଠାରୁ ପୂଜା ମଣ୍ଡପ ଯାଏଁ ସମସ୍ତ ନୀତି ଶେଷ ହୋଇଛି। ତେବେ ଗତକାଲି ଦୁର୍ଗାପୂଜା ଭସାଣି ହୋଇଥିବାବେଳେ ଆଜି କଟକରେ ନୂଆ ଜିଲ୍ଲାପାଳ ନିଯୁକ୍ତ କରାଯାଇଛି। ନରହରି ସେଠୀଙ୍କୁ କଟକ ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି। ସେହିଭଳି ଭବାନୀ ଶଙ୍କର ଚୟନୀଙ୍କୁ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଭାବେ ଦାଇତ୍ୱ ମିଳିଛି।