ଆନ୍ଧ୍ର-ଓଡ଼ିଶା ରେଳ ଦୁର୍ଘଟଣା: ପୁଣି ୫ ଟ୍ରେନ୍ ବାତିଲ
ଓଏଲ୍ ବ୍ୟୁରୋ: ଆନ୍ଧ୍ର-ଓଡ଼ିଶା ରେଳ ଦୁର୍ଘଟଣା ବିଜୟନଗରମରେ ଟ୍ରାକରୁ ଭଙ୍ଗା ବଗି ହଟିବା ପରେ ଟ୍ରେନ୍ ଯାତ୍ରା ସ୍ୱାଭାବିକ ହେବା ସତ୍ତ୍ୱେ ପୁଣି ୫ ଟ୍ରେନ୍ ବାତିଲ ହୋଇଛି। ଟ୍ରେନ୍ ଦୁର୍ଘଟଣା ପରେ ଲିଙ୍କ୍ ରେକ୍ ଓ ଟାଇମ୍ ଆଡଜଷ୍ଟ ପାଇଁ ୫ ଟ୍ରେନ୍ ବାତିଲ ନିଷ୍ପତ୍ତି ନିଆଯାଇଛି। ମୁମ୍ବାଇରୁ ଆଜି ଛାଡ଼ିବାକୁ ଥିବା କୋଣାର୍କ ଏକ୍ସପ୍ରେସ ବାତିଲ ହୋଇଥିବାବେଳେ ୨ ତାରିଖରେ ଭୁବନେଶ୍ୱର ଛାଡ଼ିବାକୁ ଥିବା କୋଣାର୍କ ଏକ୍ସପ୍ରେସ ବାତିଲ ହୋଇଛି। ଆଜି ସନ୍ତ୍ରାଗାଛି ଛାଡ଼ିବାକୁ ଥିବା କରମଣ୍ଡଳ ଏକ୍ସପ୍ରେସ ବାତିଲ ହୋଇଥିବାବେଳେ ହାୱଡ଼ାରୁ ଛାଡ଼ିବାକୁ ଥିବା ହାୱଡ଼ା-ବାଙ୍ଗାଲୋର ଏକ୍ସପ୍ରେସ ବାତିଲ ହୋଇଛି।
ଆନ୍ଧ୍ର-ଓଡ଼ିଶା ସୀମାରେ ପରସ୍ପର ସହ ୨ଟି ଟ୍ରେନ୍ ଧକ୍କା ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣାର ୨୦ ଘଣ୍ଟା ପରେ ଟ୍ରାକ୍ରେ ଗଡ଼ିଥିଲା ଟ୍ରେନ୍। ଅପ୍ ଲାଇନ୍ରେ ଟ୍ରାଏଲ୍ ରନ୍ ପରେ ଚାଲିଲା ଏକ୍ସପ୍ରେସ ଟ୍ରେନ୍। ମରାମତି ପରେ ଅର୍ଥାତ ଅପରାହ୍ନ ୨ଟା ୩୬ ମିନିଟ୍ରେ ଚାଲିଲା ପ୍ରଶାନ୍ତି ଏକ୍ସପ୍ରେସ୍। ଏକ୍ସପ୍ରେସ ଟ୍ରେନ ଚାଲିବା ନେଇ ରେଲୱେ ସୂଚନା ଦେଇଥିଲା।
ସୂଚନା ଅନୁସାରେ, ରବିବାର ସନ୍ଧ୍ୟା ପ୍ରାୟ ୭ଟାରେ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍କୁ ପଛ ପାର୍ଶ୍ୱରୁ ଧକ୍କା ଦେଇଥିଲା ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର। ଦୁର୍ଘଟଣା ପରେ ପଲାସା ପାସେଞ୍ଜର କିଛି ବଗି ଅନ୍ୟ ଟ୍ରାକ୍ରେ ପଡ଼ିଥିଲେ। ସେହି ଟ୍ରାକ୍ରେ ଆସୁଥିବା ମାଲ୍ବାହୀ ଟ୍ରେନ୍ ପାଲାସା ପାସେଞ୍ଜର ବଗିକୁ ଧକ୍କା ଦେଇଥିଲେ। ଯେଉଁଥିରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆହତମାନଙ୍କୁ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି।