Odisha Link
Bridging the Missing Links in Odisha

ବିର୍ଲା ଟାୟାର୍ସକୁ ଅଧିଗ୍ରହଣ କଲା ହିମାଦ୍ରି କେମିକାଲ୍ସ; ପୈଠ କଲା ୧୧ ଶହ କୋଟି

ଓଏଲ୍‌ ବ୍ୟୁରୋ: ଋଣଭାରରେ ବୁଡ଼ି ରହି ଦେବାଳିଆ ସ୍ଥିତିକୁ ଆସିଥିବା ବାଲେଶ୍ବର ଜିଲ୍ଲାର ସବୁଠୁ ବଡ଼ ଶିଳ୍ପ ସଂସ୍ଥା ‘ବିର୍ଲା ଟାୟାର୍ସ’କୁ କିଣିବା ଲାଗି ଅନେକ ଆଗ୍ରହ ପ୍ରକାଶ କରିଥିଲେ। ବର୍ତ୍ତମାନ ବାଲେଶ୍ୱରର ବିର୍ଲା ଟାୟାର୍ସକୁ ଅଧିଗ୍ରହଣ କଲା ହିମାଦ୍ରି କେମିକାଲ୍ସ। ଶିଳ୍ପ ମନ୍ତ୍ରୀ, ପୂର୍ବାଞ୍ଚଳ ଆଇଜି, ଜିଲ୍ଲାପାଳ, ଏସ୍‌ପିଙ୍କ ଉପସ୍ଥିତିରେ ହସ୍ତାନ୍ତର କରାଯାଇଛି। ଏନ୍‌ସିଏଲ୍‌ଟିର ନିର୍ଦ୍ଦେଶରେ ୧୧ ଶହ କୋଟି ହିମାଦ୍ରି ଗ୍ରୁପ ପୈଠ କରିଛି। ଦେବାଳିଆ ସ୍ଥିତି ପାଇଁ ୨୦୧୯ରୁ ବିର୍ଲା ଟାୟାର୍ସରେ ତାଲା ଝୁଲୁଥିଲା। ବର୍ତ୍ତମାନ ହିମାଦ୍ରି କେମିକାଲ୍ସ ବିର୍ଲା ଟାୟାର୍ସକୁ ଅଧିଗ୍ରହଣ କରିଛି।

ସୂଚନା ଅନୁସାରେ, ବାଲେଶ୍ବରରେ ବନ୍ଦ ପଡ଼ିଥିବା ବିର୍ଲା ଟାୟାର୍ସ ପାଇଁ ଉପରୋକ୍ତ କଂପାନିଗୁଡ଼ିକ ଅଧିକ ଆଗ୍ରହ ଦେଖାଇବା ପଛର କାରଣ ହେଉଛି, ଏଠାରେ ଥିବା ୧୮୧ ଏକର ଫ୍ରି ହୋଲ୍‌ଡ ମୂଲ୍ୟବାନ୍ ଜମି, ବିଶାଳ କାରଖାନା ଓ ଆବଶ୍ୟକ ଶିଳ୍ପ ଭିତ୍ତିଭୂମି। ଏମିତିରେ ଦେଶରେ ବର୍ତ୍ତମାନ ଟାୟାରର ଢେର ଚାହିଦା ରହିଥିବା ବେଳେ ବିର୍ଲା ଟାୟାର୍ସ ଦୁଇଚକିଆ ଓ ସମସ୍ତ ବାଣିଜ୍ୟିକ ଯାନ ନିମନ୍ତେ ଏଠାରୁ ଟାୟାର ଉତ୍ପାଦନ କରୁଥିଲା। ୮୦ ଦଶକରେ କେରୋସମ୍ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ବାଲେଶ୍ବରରେ ପ୍ରତିଷ୍ଠିତ ବିର୍ଲା ଟାୟାର୍ସ ମାର୍କେଟ୍‌ରେ ନିଜସ୍ବ ଏକ ବ୍ରାଣ୍ଡ ମଧ୍ୟ ସୃଷ୍ଟି କରିଥିଲା। ପରବର୍ତ୍ତୀ ସମୟରେ ପରିଚାଳନାଗତ ବିଭ୍ରାଟ ଯୋଗୁଁ ଏହି ଶିଳ୍ପସଂସ୍ଥା ରୁଗଣ ହୋଇ ଯାଇଥିବା ବେଳେ ୨୦୧୯ରୁ କାରଖାନାରୁ ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା।

Leave A Reply

Your email address will not be published.