Odisha Link
Bridging the Missing Links in Odisha

ନେପାଳ ଭୂକମ୍ପ: ଗଲାଣି ୧୨୮ ଜୀବନ; ୧୦୦ରୁ ଅଧିକ ଗୁରୁତର

ଓଏଲ୍‌ ବ୍ୟୁରୋ: ରାତି ଅଧରେ ଥରିଲା ଭାରତର ପଡ଼ୋଶୀ ଦେଶ ନେପାଳ। ଶୁକ୍ରବାର ମଧ୍ୟରାତ୍ରରେ ବଡ଼ ଧରଣର ଭୂକମ୍ପ ଝଟକା। ଯାହାଫଳରେ ଏପର୍ଯ୍ୟନ୍ତ ୧୨୮ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ଶହେରୁ ଅଧିକ ଗୁରୁତର ଭାବେ ଆହତ ହୋଇଛନ୍ତି। ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ି ପାରେ ବୋଲି ଅନୁମାନ କରାଯାଉଛି।

ଗତକାଲି (ଶୁକ୍ରବାର) ରାତି ପ୍ରାୟ ସାଢ଼େ ୧୧ ଟା ସମୟରେ ଭୂକମ୍ପ ହୋଇଥିଲା।ନେପାଳରେ ଏହାର କେନ୍ଦ୍ରସ୍ଥଳ ଥିବା ବେଳେ ଉତ୍ତର ଭାରତରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୬.୪। ଭୂକମ୍ପ ପରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜୋରଦାର କରାଯାଇଛି। ନେପାଳ ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି।

ତେବେ ଭୂକମ୍ପ ଯୋଗୁଁ ଭାରତରେ କୌଣସି ପ୍ରକାରର କ୍ଷୟକ୍ଷତିର ସୂଚନା ମିଳିନାହିଁ। ଏହା ପୂର୍ବରୁ ଗତ ଅକ୍ଟୋବର ୨୨ତାରିଖରେ ଦିଲ୍ଲୀରେ ଭୂକମ୍ପ ଝଟକା ଆସିଥିଲା। ସେତେବେଳେ ଏହାର ତୀବ୍ରତା ୬ ଦଶମିକ ୧ ଥିଲା।

Leave A Reply

Your email address will not be published.