Odisha Link
Bridging the Missing Links in Odisha

ପୁରୀ ପରିକ୍ରମା ପ୍ରକଳ୍ପ ସମୀକ୍ଷା କଲେ ୫-ଟି ଅଧ୍ୟକ୍ଷ ଓ ବିଜେଡି ସାଙ୍ଗଠନିକ ସମ୍ପାଦକ

ଓଏଲ୍‌ ବ୍ୟୁରୋ: ସକାଳୁ ସକାଳୁ ପୁରୀ ଗସ୍ତରେ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍‌। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ପରିକ୍ରମା ପ୍ରକଳ୍ପ କାମ ତ୍ବରାନ୍ବିତ କରି ୨୦୨୩ ଡିସେମ୍ବର ୧୫ ସୁଦ୍ଧା କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୟରେ ତାଙ୍କ ସହିତ ଯାଜପୁର ବିଧାୟକ ତଥା ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ପରେ ଉଭୟ ପରିକ୍ରମା ପ୍ରକଳ୍ପର ନିର୍ମାଣ ନେଇ ସମୀକ୍ଷା କରିଥିଲେ ।

ପ୍ରକଳ୍ପ କାର୍ଯ୍ୟ ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ ଠାରୁ ଅବଗତ ହୋଇଥିବା ବେଳେ ଡିସେମ୍ବର ୧୫ ତାରିଖ ସୁଦ୍ଧା କାର୍ଯ୍ୟ ଶେଷ ନେଇ ଦେଇଥିବା ସମୟ ଉପରେ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ୫-ଟି ଅଧ୍ୟକ୍ଷ। ଏହାପରେ ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂ ସେଣ୍ଟରକୁ ଯାଇ ନିର୍ମାଣ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଥିଲେ।

ଜଗନ୍ନାଥ ବଲ୍ଲଭ ପାର୍କିଂ ସେଣ୍ଟରକୁ ସଂଯୋଗ କରୁଥିବା ଶ୍ରୀସେତୁର ନିର୍ମାଣ କାର୍ଯ୍ୟ ମଧ୍ୟ ସମୀକ୍ଷା କରିବା ସହ ଆବଶ୍ୟକୀୟ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ତ୍ତ ବିଭାଗ ସଚିବଙ୍କ ସମେତ ପୁରୀ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଓବିସିସି ଓ ନିର୍ମାଣକାରୀ ସଂସ୍ଥାର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.