Odisha Link
Bridging the Missing Links in Odisha

ବ୍ରିଜରୁ ତଳକୁ ଖସିଲା ବାଇକ୍‌; ଜୀବନ ନେଲା ଘନ କୁହୁଡି!

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ପ୍ରବେଶ କରିଛି ଶୀତର ଲହରୀ। ଶୀତର ପ୍ରଭାବ ବଢୁଥିବାବେଳେ ଘନ କୁହୁଡି ଆସ୍ତରଣ ଦେଖିବାକୁ ମିଳୁଛି। ତେବେ ଏହି ଘନ କୁହୁଡି କାରଣରୁ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ଲମତାପୁଟ ବ୍ରିଜରୁ ତଳକୁ ଖସିଲା ବାଇକ୍‌। ଦୁର୍ଘଟଣାରେ ଜଣେ ପ୍ରାଣ ହରାଇଥିବାବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ପାଡ଼ୁଆ ଥାନା ପୂଜାରିପୁଟ ଗାଁ ନିକଟ ବ୍ରିଜରୁ ବାଇକ ଖସିଥିବାବେଳେ ଘନ କୁହୁଡି ଯୋଗୁଁ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଥିବା ସୂଚନା ରହିଛି।

Leave A Reply

Your email address will not be published.