କମୁଛି ତାପମାତ୍ରା, ବଢୁଛି ଥଣ୍ଡା
ଓଏଲ୍ ବ୍ୟୁରୋ: ରାଜ୍ୟରେ କମୁଛି ରାତି ତାପମାତ୍ରା ଏବଂ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଅସହ୍ୟ ତାତି ପରେ ଏବେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଥଣ୍ଡା ଅନୁଭୂତ ଆରମ୍ଭ ହୋଇଛି। କିରେଇ ସବୁଠୁ ଥଣ୍ଡା ଅଞ୍ଚଳ ଭାବେ ରେକର୍ଡ ହୋଇଛି। ରାଜ୍ୟକୁ ପ୍ରବେଶ କରୁଥିବା ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ଖସିଲା ପାରଦ।
ବିଭିନ୍ନ ସ୍ଥାନରେ ୨ରୁ ୩ ଡିଗ୍ରୀ ଯାଏଁ ତଳକୁ ଖସିଲା ପାରଦ। ପାହାଡ଼ିଆ ଅଞ୍ଚଳ ମଧ୍ୟରେ କୋରାପୁଟ ୧୩, ଜି ଉଦୟଗିରି ୧୩.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଖସୁଥିବାବେଳେ ଆସନ୍ତା ୫ ଦିନ ଯାଏ ରାଜ୍ୟରେ ତାପମାତ୍ରା କମିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।