Odisha Link
Bridging the Missing Links in Odisha

ପୁରୀ: ବଦଳିଯିବ ବଡ଼ଦାଣ୍ଡର ରଙ୍ଗ, କେଉଁ ରଙ୍ଗରେ ର‌ଙ୍ଗେଇ ହେବ ଜାଣନ୍ତୁ

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଆଗେଇ ଚାଲିଛି। ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ପୂର୍ବରୁ ବଦଳିବ ପୁରୀ ବଡ଼ଦାଣ୍ଡର ରଙ୍ଗ। ନିକଟରେ ଏଭଳି କିଛି ନିଷ୍ପତ୍ତି ନେଇଛି ପ୍ରଶାସନ। ବଡଦାଣ୍ଡ ଆଖପାଖରେ ଥିବା ସବୁ କୋଠାର ରଙ୍ଗ ବଦଳିଯିବ।

ମିଳିଥିବା ସୂଚନା ମୁତାବକ, ୫-ଟି ଅଧ୍ୟକ୍ଷଙ୍କ ସହ ଅନ୍ୟ ଅଧିକାରୀମାନେ ବଡ଼ ଦାଣ୍ଡ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଅନ୍ୟାନ୍ୟ କାର୍ଯ୍ୟ ଅନୁଧ୍ୟାନ କରିବା ପରେ ରଙ୍ଗ ଚୟନ କରିଥିଲେ। ମାଟିଆ, ଧଳା, ଫିକା ଗୋଲାପି ଆଦି ୧୪ରୁ ଅଧିକ ରଙ୍ଗ ଅନୁଧ୍ୟାନ କରିବା ପରେ ଫିକା ଗୋଲାପି ରଙ୍ଗ ଚୟନ କରାଯାଇଛି। ବଡ଼ଦାଣ୍ଡରେ ସମାନତା ଆଣିବାକୁ ଏହି ପଦକ୍ଷେପ ନିଆଯାଉଥିବା କୁହାଯାଉଛି।

ବଡ଼ଦାଣ୍ଡରେ ବସବାସ କରୁଥିବା ଅବା ବ୍ୟବସାୟ କରୁଥିବା ଲୋକମାନଙ୍କୁ ସେମାନଙ୍କ କୋଠାର ରଙ୍ଗ ବଦଳାଇବାକୁ ନିର୍ଦ୍ଦେଶ ଦିଆଯିବ ବୋଲି ଜଣାପଡ଼ିଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଏହି କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି।

ଏହାପୂର୍ବରୁ ଅରବିନ୍ଦ ଅଗ୍ରୱାଲ୍ ପୁରୀ ଜିଲ୍ଲାପାଳ ଥିବା ସମୟରେ ବଡ଼ଦାଣ୍ଡରେ ସମାନତା ଆଣିବାକୁ ପଦକ୍ଷେପ ନିଆଯାଇଥିଲା। ଫିକା ହଳଦିଆ ରଙ୍ଗରେ ବଡ଼ଦାଣ୍ଡର ସବୁ କୋଠାକୁ ରଙ୍ଗ କରାଯାଇଥିଲା। କ୍ରମେ ଏହି ରଙ୍ଗ ସବୁ ଲୁଚିଗଲାଣି। କୋଠାଗୁଡ଼ିକ ବିଭିନ୍ନ ରଙ୍ଗରେ ଘର ରଙ୍ଗ ଦେଲେଣି।

Leave A Reply

Your email address will not be published.