Odisha Link
Bridging the Missing Links in Odisha

ପାଖେଇ ଆସୁଛି ଛଟ୍‌ ପୂଜା; ପୁରୀ-ପାଟନା ମଧ୍ୟରେ ଗଡ଼ିବ ସ୍ୱତନ୍ତ୍ର ଟ୍ରେନ୍‌

ଓଏଲ୍‌ ବ୍ୟୁରୋ: ଯାତ୍ରୀମାନେ ଦୟାକରି ଧ୍ୟାନ ଦିଅନ୍ତୁ…ଏଭଳି କିଛି ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର ଆଣିଦେଇଛି ରେଳ ବିଭାଗ। ଛଟ୍‌ ପୂଜା ପାଖେଇ ଆସୁଛି। ନିୟମିତ ଟ୍ରେନରେ ଯାତ୍ରୀମାନଙ୍କର ଅତିରିକ୍ତ ଭିଡ଼କୁ ଦୃଷ୍ଟିରେ ରଖି ଏବଂ ଯାତ୍ରୀମାନଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ପାଇଁ ପୁରୀ-ପାଟନା ମଧ୍ୟରେ ସ୍ପେଶାଲ ଟ୍ରେନ୍‌ ଚାଲିବ। ୧୩ ଓ ୧୫ ତାରିଖରେ ପୁରୀରୁ ୧୧ଟା ୩୦ରୁ ଛାଡ଼ିବ ଟ୍ରେନ୍‌। ୧୪ ଓ ୧୬ ତାରିଖରେ ପାଟନାରୁ ସନ୍ଧ୍ୟା ୬ଟାରେ ଫେରିବ। ଯାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ପୂର୍ବତଟ ରେଲୱେ ପକ୍ଷରୁ ସ୍ପେଶାଲ ଟ୍ରେନ୍‌ ଚଳାଚଳ ଯୋଜନା କରାଯାଇଛି।

ପୁରୀରୁ ଏହି ସ୍ୱତନ୍ତ୍ର ଟ୍ରେନ୍ ୦୮୪୪୯ ପୁରୀ-ପାଟନା ସ୍ପେଶାଲ୍ ଟ୍ରେନ୍ ଭାବରେ ଚଳାଚଳ କରିବ ଏବଂ ସୋମବାର ଏବଂ ବୁଧବାର (୧୩ ଏବଂ ୧୫ ନଭେମ୍ବର ୨୦୨୩) ଦିନ ପୁରୀ ଠାରୁ ରାତ୍ରି ୧୧ ଟା ୩୦ରେ ଛାଡି ପାଟଣା ଯାତ୍ରା କରିବ। ଫେରିବା ମାର୍ଗରେ ଏହି ଟ୍ରେନ ପାଟନା ଠାରୁ ୦୮୪୫୦ ପାଟନା-ପୁରୀ ସ୍ପେଶାଲ୍ ଭାବରେ ଚଳାଚଳ କରିବ। ଏହା ପାଟନା ଠାରୁ ମଙ୍ଗଳବାର ଏବଂ ଗୁରୁବାର (୧୪ ଏବଂ ୧୬ ନଭେମ୍ବର ୨୦୨୩) ସନ୍ଧ୍ୟା ୦୬ ଘଟିକାରେ ଛାଡି ପୁରୀ ଚଳାଚଳ ଯୋଜନା କରାଯାଇଛି।

Leave A Reply

Your email address will not be published.