Odisha Link
Bridging the Missing Links in Odisha

ନବୀନ ନିବାସରେ ଭିଡ଼; ଭି.କେ ପାଣ୍ଡିଆନଙ୍କୁ ଶୁଭେଚ୍ଛାର ସୁଅ

ଓଏଲ୍‌ ବ୍ୟୁରୋ: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଓଡ଼ିଶା ରାଜନୀତିରେ ନୂଆ ଯୁଗ ଆରମ୍ଭ ହୋଇଥିଲା। ଦଶହରାର ନବମୀ ତିଥିରେ ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଥିବା ଭି.କାର୍ତ୍ତିକେୟନ୍‌ ପାଣ୍ଡିଆନ୍‌ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିର ନିରାଡମ୍ବର ଭାବେ ବିଜେଡିରେ ଯୋଗ ଦେଇ ପାଣ୍ଡିଆନ୍‌ ତାଙ୍କର ରାଜୈନତିକ ଯାତ୍ରା ଆରମ୍ଭ କରିଛନ୍ତି।

ବିଜୁ ଜନତା ଦଳରୁ ପାଣ୍ଡିଆନ୍‌ ତାଙ୍କର ରାଜୈନତିକ ଯାତ୍ରା ଆରମ୍ଭ କରିଥିବାବେଳେ ପାଣ୍ଡିଆନଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ନେତା ଓ ବିଭିନ୍ନ ସଙ୍ଗଠନ। ବିଧାୟିକା ରିତା ସାହୁ, ବିଧାୟକ ରଘୁନନ୍ଦନ ଦାସ ଓ ନଳିନୀ ପ୍ରଧାନ ଭି.କାର୍ତ୍ତିକେୟନ୍‌ ପାଣ୍ଡିଆନ୍‌ଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି। ବିଧାୟକ ସୁଧୀର ସାମଲ, ବିଧାୟକ ରଜନୀକାନ୍ତ ସିଂ ଓ ହାଉସିଂ ବୋର୍ଡ ଚେୟାରମ୍ୟାନଙ୍କ ସହ ବିଭିନ୍ନ ସେବା ସଙ୍ଘ ଭେଟି ଶୁଭେଚ୍ଛା ଜଣାଇଛନ୍ତି। ୨୩ ବର୍ଷ ଧରି ଭାରତୀୟ ପ୍ରଶାସନିକ ସେବାରେ କାର୍ଯ୍ୟରତ ଥିଲେ କାର୍ତ୍ତିକ ପାଣ୍ଡିଆନ। ବର୍ତମାନ ତାଙ୍କ ରାଜନୈତିକ ଯାତ୍ରା ଆରମ୍ଭ ପରେ ବିଭିନ୍ନ ସଂଗଠନ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟିଛି।

Leave A Reply

Your email address will not be published.