Odisha Link
Bridging the Missing Links in Odisha

ଅବସର ନେଲା ଧୋନିଙ୍କ ଜର୍ସି ନମ୍ବର ୭; ଦ୍ବିତୀୟ ଭାରତୀୟ ଭାବେ ପାଇଲେ ଏହି ସମ୍ମାନ

ଓଏଲ୍‌ ବ୍ୟୁରୋ: ଦୁଇ ଦୁଇଥର ବିଶ୍ବକପ୍‌ ବିଜେତା ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ୭ ନମ୍ବର ଜର୍ସିକୁ ଅବସର। ଏଣିକି ଆଉ କୌଣସି ଭାରତୀୟ କ୍ରିକେଟ ଖେଳାଳିଙ୍କ ପାଇଁ ୭ ନମ୍ବର ଜର୍ସି ଉପଲବ୍ଧ ହେବ ନାହିଁ। କାରଣ ଧୋନିଙ୍କ ଜର୍ସି ନମ୍ବରକୁ ଅବସର ଦେବା ପାଇଁ ନିଷ୍ପତ୍ତି ନେଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ। ଏହାପୂର୍ବରୁ କ୍ରିକେଟର ଭଗବାନ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୧୦ ନମ୍ବର ଜର୍ସିକୁ ଅବସର ଦେଇଥିଲା ବିସିସିଆଇ।

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାର ପାଖାପାଖୀ ୩ ବର୍ଷ ପରେ ବିସିସିଆଇ ଏଭଳି ବଡ଼ ନିଷ୍ପତ୍ତି ନେଇଛି। ଇଣ୍ଡିଆନ୍‌ ଏକ୍ସପ୍ରେସର ଏକ ରିପୋର୍ଟ ଅନୁଯାୟୀ, ଭାରତୀୟ କ୍ରିକେଟ୍ ବୋର୍ଡ ଭାରତୀୟ କ୍ରିକେଟକୁ ଧୋନିଙ୍କ ଅବଦାନକୁ ସମ୍ମାନ ଜଣାଇ ବିଶ୍ୱକପ୍ ବିଜେତା ଅଧିନାୟକଙ୍କ ୭ ନମ୍ବର ଜର୍ସିକୁ ‘ଅବସର’ କରିବାକୁ ନିଷ୍ପତ୍ତି ନେଇଛି। ଏହାପୂର୍ବରୁ ୨୦୧୭ ମସିହାରେ ସଚିନଙ୍କ ୧୦ ନମ୍ବର ଜର୍ସିକୁ ସମ୍ମାନ ଜଣାଇ ପ୍ରଦାନ ଅବସର ଦେଇଥିଲା ବିସିସିଆଇ।ସଚିନ୍ ତେନ୍ଦୁଲକର ଅବସର ନେବା ପରେ ତାଙ୍କର ଭାରତୀୟ ଜର୍ସି ମଧ୍ୟ ପଡ଼ିଆରୁ ଅବସର ନେଇଥିଲା। ଖବର ଅନୁଯାୟୀ ବିସିସିଆଇ ଜାତୀୟ ଦଳର ଖେଳାଳିଙ୍କୁ, ବିଶେଷକରି ନବାଗତମାନଙ୍କୁ ସୂଚନା ଦେଇଛି ଯେ ତେନ୍ଦୁଲକର ଏବଂ ଧୋନିଙ୍କ ଜର୍ସି ନମ୍ବର ବିକଳ୍ପ ସେମାନଙ୍କ ପାଖରେ ନାହିଁ।

ନିୟମ ଅନୁଯାୟୀ, ଆଇସିସି ଖେଳାଳିଙ୍କୁ ୧ ରୁ ୧୦୦ ମଧ୍ୟରେ ଯେକୌଣସି ସଂଖ୍ୟା ବାଛିବା ପାଇଁ ଅନୁମତି ଦେଇଥାଏ, କିନ୍ତୁ ଭାରତରେ ବିକଳ୍ପଗୁଡ଼ିକ ସୀମିତ ଅଟେ। ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ବର୍ତ୍ତମାନ ଭାରତୀୟ ଦଳରେ ନିୟମିତ ଏବଂ ଟିମ୍ ବାହାରେ ଥିବା ୬୦ ଜଣଙ୍କୁ ବିଭିନ୍ନ ସଂଖ୍ୟା ଦିଆଯାଇଛି। ତେଣୁ ଯଦିଓ ଜଣେ ଖେଳାଳି ପ୍ରାୟ ଏକ ବର୍ଷ କିମ୍ବା ତା’ଠାରୁ ଅଧିକ ଦଳ ବାହାରେ ରୁହନ୍ତି, ତେବେ ତାଙ୍କର ଜର୍ସି ନମ୍ବର ଅନ୍ୟ କେଉଁ ଖେଳାଳିଙ୍କୁ ମିଳିବ ନାହିଁ। ଏହାର ଅର୍ଥ ହେଉଛି, ନିକଟରେ ଡେବ୍ୟୁାଣ୍ଟର ଚୟନ କରିବାକୁ ମାତ୍ର ୩୦ ଟି ସଂଖ୍ୟା ଅଛି ବୋଲି ବିସିସିଆଇର ଜଣେ ଅଧିକାରୀ କହିଛନ୍ତି। କିମ୍ବଦନ୍ତୀ ଖେଳାଳି ମାନଙ୍କ ଜର୍ସି ସଂଖ୍ୟା ଅବସର ନେବା ଏକ ପୁରାତନ ଖେଳ ପରମ୍ପରା।

ମହେନ୍ଦ୍ର ସିଂ ଧୋନି ଅଗଷ୍ଟ ୧୫, ୨୦୨୦ ମସିହାରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ତା ପୂର୍ବରୁ ୨୦୧୪ ମସିହାରେ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ। ଧୋନି ଦ୍ବିତୀୟ ଭାରତୀୟ ଖେଳାଳି ଭାବେ ଏଭଳି ସମ୍ମାନ ପାଇଛନ୍ତି। ଧୋନିଙ୍କ ଅଧିନାୟକତ୍ବରେ ଭାରତ ୨୦୦୭ରେ ଟି-୨୦ ବିଶ୍ବକପ୍‌ ଓ ୨୦୧୧ ଦିନିକିଆ ବିଶ୍ବକପ୍‌ ଜିତିଥିଲା। ସେହିପରି ଧୋନିଙ୍କ ନେତୃତ୍ବରେ ୨୦୧୩ ମସିହାରେ ଭାରତ ଚାମ୍ପିଅନସ୍‌ ଟ୍ରଫି ହାତେଇଥିଲା।

Leave A Reply

Your email address will not be published.