Odisha Link
Bridging the Missing Links in Odisha

କୁଳଡିହା ଅଭୟାରଣ୍ୟରେ କମୁଛି ହାତୀ ସଂଖ୍ୟା; ପୁଣି ଆଖିବୁଝିଲା ଆଉ ଏକ ଗଜରାଜ

ଓଏଲ୍‌ ବ୍ୟୁରୋ: ପୁଣି କୁଳଡିହା ଅଭୟାରଣ୍ୟରେ ହାତୀ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ମଙ୍ଗଳପୁର ବିଟ୍ ହାତୀଖୁଲିଆ ସେକ୍ସନ ପାହାଡ଼ ଉପରେ ହାତୀର ମୃତ୍ୟୁ ହୋଇଛି। ହାତୀର ମୃତ୍ୟୁ ହୋଇଥିବା ସୂଚନା ଦେଲେ ବାଲେଶ୍ଵର ଡିଏଫ୍‌ଓ। କାଲି ଶବ ବ୍ୟବଚ୍ଛେଦ ହେବା ପରେ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଡ଼ିଏଫଓ କହିଛନ୍ତି।

ସୂଚନା ଅନୁସାରେ, ଗତ କିଛି ଦିନ ମଧ୍ୟରେ ନୟାଗଡ଼ ମୟୁର ଝାଲିଆ ଜଙ୍ଗଲରେ ଚିକିତ୍ସାଧୀନ ଦନ୍ତା ହାତୀର ମୃତ୍ୟୁ ହୋଇଥିଲା। ଏହା ପୂର୍ବରୁ ଗଜରାଜଙ୍କ ମୃତ୍ୟୁ ହୋଇଛି। ତେବେ ଆଜି କୁଳଡିହା ଅଭୟାରଣ୍ୟରେ ହାତୀ ମୃତ୍ୟୁ ଖବର ଚିନ୍ତାର ବିଷୟ ପାଲଟିଛି।

Leave A Reply

Your email address will not be published.