Odisha Link
Bridging the Missing Links in Odisha

ଅମ୍ବାନିଙ୍କୁ ପଛରେ ପକାଇଲେ ଆଦାନୀ; ଗୋଟିଏ ଦିନରେ ସୃଷ୍ଟି କଲେ ରେକର୍ଡ

ଓଏଲ୍‌ ବ୍ୟୁରୋ: ଅମ୍ବାନିଙ୍କୁ ପଛରେ ପକାଇ ଆଦାନୀ ହେଲେ ଏସିଆର ଶ୍ରେଷ୍ଠ ଧନୀ। ଅନେକ ବିବାଦ ଓ ଘାତ ପ୍ରତିଘାତ ମଧ୍ୟରେ ପୁଣି ଏସିଆର ଶ୍ରେଷ୍ଠ ଧନୀ ହେଲେ ଗୌତମ ଆଦାନୀ। ମୁକେଶ ଅମ୍ବାନିଙ୍କୁ ପଛରେ ପକାଇ ଏସିଆ ମହାଦେଶ ତଥା ଦେଶର ଧନୀ ତାଲିକାର ଆଦାନୀ ଶୀର୍ଷରେ ପହଞ୍ଚିଛନ୍ତି।

ସୂଚନା ଅନୁସାରେ, ପୂର୍ବରୁ ଆଦାନୀ-ହିଣ୍ଡେନବର୍ଗ ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି କରାଯାଇଥିଲା। ଆଦାନୀ ଗ୍ରୁପକୁ ଆଶ୍ବସ୍ତି ଦେଲେ ସୁପ୍ରିମକୋର୍ଟ। ଖବରକାଗଜ ରିପୋର୍ଟ ଉପରେ ବିଶ୍ବାସ କରିହେବନି ବୋଲି ସୁପ୍ରିମକୋର୍ଟ ଜଣାଇଛନ୍ତି। ସେବି ଏବଂ ଭାରତ ସରକାରଙ୍କ ଦ୍ବାରା ତଦନ୍ତ ଚାଲିଛି। ୨୪ଟି ମାମଲାରୁ ବାକିଥିବା ୨ଟି ମାମଲାର ତଦନ୍ତ ଜାରି ରହିଛି।

୩ ମାସ ଭିତରେ ୨ଟି ମାମଲାର ଯାଞ୍ଚ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେବିର ତଦନ୍ତ ରିପୋର୍ଟ ଉପରେ ହସ୍ତକ୍ଷେପ କରିବାକୁ ମନାକଲେ କୋର୍ଟ। ସେବି ଏ ମାମଲାରେ ତଦନ୍ତ କରିବାକୁ ସକ୍ଷମ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଅନ୍ୟପଟେ, ବ୍ଲୁମବର୍ଗ ବିଲିୟନେୟାର୍ସ ଇଣ୍ଡେକ୍ସ ଅନୁଯାୟୀ, ଆଦାନୀଙ୍କ ନେଟୱର୍ଥ ଗୋଟିଏ ଦିନରେ ୭୭୦ କୋଟି ଡଲାର ବୃଦ୍ଧି ପାଇଥିଲା, ଯାହା ପରେ ଆଦାନୀଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୯୭୬୦ କୋଟି ଡଲାରରେ ପହଞ୍ଚିଛି। ଏହି ମୂଲ୍ୟ ସହ ଆଦାନୀ ଗ୍ରୁପ୍ ମାଲିକ ଗୌତମ ଆଦାନୀ ଏସିଆର ସବୁଠୁ ଧନୀ ବନିଯାଇଛନ୍ତି।

ଆଦାନୀଙ୍କଠୁ ସାମାନ୍ୟ ପଛରେ ରହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଚ୍ରିଜ୍ ଲିମିଟେଡର ଚେୟାରମ୍ୟାନ୍ ମୁକେଶ ଅମ୍ବାନି। ଅମ୍ବାନୀଙ୍କ ନେଟୱର୍ଥ ୯୭୦୦ କୋଟି ଡଲାର ରହିଛି। ଗୋଟିଏ ଦିନରେ ଆଦାନୀ ଗ୍ରୁପର ନେଟୱର୍ଥ ୭୭୦ କୋଟି ଡଲାରକୁ ବୃଦ୍ଧି ପାଇଛି। ଆଶ୍ଚର୍ଯ୍ୟଜନକ ଭାବେ ଏହି ସଫଳତା ସହ ଗୌତମ ଆଦାନୀ ବନିଯାଇଛନ୍ତି ଏସିଆର ସର୍ବଶ୍ରେଷ୍ଠ ଧନୀ। ଏଥିସହ ସେ ବିଶ୍ୱର ଧନୀ ତାଲିକାରେ ୧୨ ନମ୍ବରରେ ରହିଛନ୍ତି।

Leave A Reply

Your email address will not be published.