Odisha Link
Bridging the Missing Links in Odisha

ଆନ୍ଦୋଳନକୁ ଓହ୍ଲାଇଲା ଓଡ଼ିଶା ଡ୍ରାଇଭର ମହାସଂଘ: ଯାତ୍ରୀ ହନ୍ତସନ୍ତ

ଓଏଲ୍‌ ବ୍ୟୁରୋ: ପ୍ରାୟ ୯ ମାସ ପରେ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଛି ଡ୍ରାଇଭର ମହାସଂଘ। ଗତବର୍ଷର ଦାବି ସହ ନୂଆ ଦଣ୍ଡ ବିଧାନ ବ୍ୟବସ୍ଥାକୁ ବିରୋଧ କରି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଷ୍ଟିଅରିଙ୍ଗ ଛାଡ଼ ଆନ୍ଦୋଳନ ଡାକରା ଦିଆଯାଇଛି। ବିବାଦର ସମାଧାନ ନହେଲେ ପରିବାଠାରୁ ଆରମ୍ଭ କରି ପେଟ୍ରୋଲ ପର୍ଯ୍ୟନ୍ତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷଗୁଡ଼ିକର ଦରଦାମ ଉପରେ ଏହାର ପ୍ରଭାବ ପଡିବ ବୋଲି ବଜାର ବିଶେଷଜ୍ଞ ସତର୍କ କରିଛନ୍ତି।

ଗତକାଲି ପ୍ରଥମ ଦିନରେ ଏହାର ଏତେଟା ପ୍ରଭାବ ପଡ଼ିନାହିଁ। କିନ୍ତୁ ଆଜି ରାଜ୍ୟର ବିଭିନ୍ନ ସ୍ଥାନର ଡ୍ରାଇଭର ଆନ୍ଦୋଳନରେ ସାମିଲ ହୋଇପାରନ୍ତି। ଆସନ୍ତାକାଲିଠାରୁ ଏହି ଆନ୍ଦୋଳନ ଜୋରଦାର ହେବାକୁ ଥିବା ବେଳେ ଆଜିଠୁ କଟକ ବସ୍ ଟର୍ମିନାଲରେ ଏହାର ପ୍ରଭାବ ପଡ଼ିଲାଣି। ଆଜି ଟର୍ମିନାଲକୁ ଆସିଛି କମ୍ ସଂଖ୍ୟକ ବସ୍। ଫଳରେ ଆଜି ଯାତ୍ରୀମାନେ ନିଜ ଗନ୍ତବ୍ୟ ସ୍ଥଳକୁ ଯିବାକୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତବର୍ଷର ଦାବି ସହ ନୂଆ ଦଣ୍ଡ ବିଧାନ ବ୍ୟବସ୍ଥାକୁ ବିରୋଧ କରି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାତୀୟ ସ୍ତରରେ ଷ୍ଟିଅରିଙ୍ଗ ଛାଡ଼ ଆନ୍ଦୋଳନ କରୁଛି ଡ୍ରାଇଭର ମହାସଂଘ। ହିଟ୍ ଆଣ୍ଡ ରନ୍ ଆଇନ୍ ପ୍ରତ୍ୟାହାର ଦାବିରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଆନ୍ଦୋଳନରେ ବସିବେ ଡ୍ରାଇଭର। ଏହା ଦ୍ୱାରା ଆଗକୁ ସ୍ଥିତି ସଂଗୀନ ହେବା ଆଶଙ୍କା ରହିଛି।

ସୂଚନା ଅନୁସାରେ, ଗତବର୍ଷ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରି ଅଖଚକ ବନ୍ଦ କରି ଦେଇଥିଲେ ଡ୍ରାଇଭର। ବର୍ଷ ଆରମ୍ଭରୁ ପୁଣିଥରେ ଡ୍ରାଇଭର ମହାସଂଘ ଆନ୍ଦୋଳନ ଡାକରା ଦେଇଛି। ଗତବର୍ଷର ଦାବି ସହ ନୂଆ ଦଣ୍ଡ ବିଧାନ ବ୍ୟବସ୍ଥାକୁ ବିରୋଧ କରାଯାଇଛି। ହିଟ୍ ଆଣ୍ଡ ରନ୍ ମାମଲାରେ ଭାରତୀୟ ନ୍ୟାୟ ସଂହିିତାରେ ରଖାଯାଇଥିବା ନୂଆ ବର୍ଦ୍ଧିତ ଦଣ୍ଡ ବ୍ୟବସ୍ଥା ବିରୋଧରେ ଟ୍ରକ ଅପରେଟର ଧର୍ମଘଟ କରିବା ପରେ ଏହି ଆନ୍ଦୋଳନରେ ଓଡ଼ିଶା ଡ୍ରାଇଭର ମହାସଂଘ ସାମିଲ ହୋଇଛନ୍ତି। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଷ୍ଟିଅରିଙ୍ଗ ଛାଡ଼ ଆନ୍ଦୋଳନ କରାଯିବ ବୋଲି ଡ୍ରାଇଭର ମହାସଂଘର ସଭାପତି ସୂଚନା ନେଇଛନ୍ତି।

Leave A Reply

Your email address will not be published.