Odisha Link
Bridging the Missing Links in Odisha

ଅଯୋଧ୍ୟାରେ ଓଡ଼ିଆ ଭାଷାକୁ ପ୍ରାଧାନ୍ୟ, ଓଡ଼ିଶାରୁ ଅଯୋଧ୍ୟା କେମିତି ଯିବେ ଜାଣନ୍ତୁ

ଓଏଲ୍‌ ବ୍ୟୁରୋ: ଅଗଣିତ ରାମଭକ୍ତଙ୍କ ଅପେକ୍ଷାର ହେବ ଅନ୍ତ, ଅଯୋଧ୍ୟାରେ ନିର୍ମିତ ଭବ୍ୟ ରାମ ମନ୍ଦିରରେ ବିରାଜମାନ ହେବେ ରାମଲାଲ। ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ପାଇଁ ଚାଲିଛି ସଜବାଜ। କୋଟି କୋଟି ହିନ୍ଦୁଙ୍କ ଦୀର୍ଘ ୫୦୦ ବର୍ଷର ପ୍ରତୀକ୍ଷାର ହେବ ଅନ୍ତ। ଅଯୋଧ୍ୟାରେ ଅସଂଖ୍ୟ ହିନ୍ଦୁଙ୍କ ଆରାଧ୍ୟ ଦେବତା ଭଗବାନ ଶ୍ରୀ ରାମ ଲାଲାଙ୍କର ପ୍ରାଣ ପ୍ରତିଷ୍ଠା ପାଇଁ ଉତ୍ସବ ମୁଖର ହୋଇଛି ସାରା ଦେଶ। ଏସବୁ ମଧ୍ୟରେ ଅଯୋଧ୍ୟାରେ ଓଡ଼ିଆ ଭାଷାର ଦେଖିବାକୁ ମିଳିଛି ଝଲକ। ଓଡ଼ିଆ ଭାଷାକୁ ଅଯୋଧ୍ୟାରେ ମିଳିଛି ପ୍ରାଧାନ୍ୟ।

ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ପ୍ରଭୁ ରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ହେବ। ଏଥିପାଇଁ ଦେଶର କୋଣ ଅନୁକୋଣରୁ ଭକ୍ତଙ୍କ ସୁଅ ଛୁଟିଛି ଅଯୋଧ୍ୟାକୁ। ବାହାରୁ ଆସୁଥିବା ଶ୍ରଦ୍ଧାଳ, ଲୋକଙ୍କ ସୂଚନା ନିମନ୍ତେ ଅଯୋଧ୍ୟା ନଗର ନିଗମ ପକ୍ଷରୁ ସୂଚନାଫଳକ ଲଗାଯାଇଛି। ଯେଉଁଥିରେ ୧୧ଟି ଭାଷାରେ ଲେଖାଯାଇଛି। ଆଉ ସବୁଠୁ ଆଗରେ ଓଡ଼ିଆ ଭାଷା ସ୍ଥାନ ପାଇଛି। ବାହାର ରାଜ୍ୟରେ ଓଡ଼ିଆ ଭାଷାର ସୂଚନାଫଳକ ଲାଗିଛି। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।ଅଯୋଧ୍ୟାରେ ଓଡ଼ିଆ ସୂଚନା ଫଳକ ଲାଗିଥିବାରୁ ବହୁ ଲୋକ ଏହାକୁ ସ୍ବାଗତ କରୁଥିବା ବେଳେ ଆଉ କିଛି ଲୋକ ଏହାକୁ ନିର୍ବାଚନୀ ବାଣର ଆଖ୍ୟା ଦେଇଛନ୍ତି।

ଆମେ ଆପଣଙ୍କୁ କହିବୁ ଯେ ଯଦି ଆପଣ ଓଡ଼ିଶାରୁ ଧାର୍ମିକ ସହର ଅଯୋଧ୍ୟାକୁ ଯିବାକୁ ଚାହୁଁଛନ୍ତି ତେବେ କେମିତି ଯିବେ ଆଉ ଥରେ ଗଲେ କେତେ ଟଙ୍କା ଖର୍ଚ୍ଚ ହେବ। ଓଡ଼ିଶାରୁ କେମିତି ଗଲେ ଆପଣ ଅଯୋଧ୍ୟାରେ ପହଞ୍ଚି ପାରିବେ। ସବୁଠାରୁ ବଡ଼ କଥା ହେଲା ଓଡ଼ିଶାରୁ ଅଯୋଧ୍ୟାକୁ କୌଣସି ସିଧାସଳଖ ଟ୍ରେନ ଯାଉନାହିଁ। ସେଥିପାଇଁ ଆପଣଙ୍କ ଅଯୋଧ୍ୟା ଯିବାକୁ ହେଲେ କେତେ ଗୁଡ଼ିକ ରୁଟ୍ ଦେଇ ଯିବାକୁ ପଡିବ। ଓଡ଼ିଶାରୁ ଅଯୋଧ୍ୟାକୁ ତିନିଟି ରୁଟ୍ ଦେଇ ଯିବାକୁ ପଡିବ। ପ୍ରଥମେ ଓଡ଼ିଶାରୁ କୋଲକାତା ଯାତ୍ରା କରିବାକୁ ହେବ।

କୋଲକାତାରୁ ସିଧା ଟ୍ରେନ୍ ରହିଛି ଯେଉଁଥିରେ ଆପଣ ଅଯୋଧ୍ୟାକୁ ଯାଇପାରିବେ।ଆଉ ଗୋଟାଏ ରୁଟ ହେଉଛି ଓଡ଼ିଶାରୁ ମୋଗଲସରାଇରେ ପହଞ୍ଚି ସେଠାରୁ ସିଧା ଅଯୋଧ୍ୟା ପହଞ୍ଚି ପାରିବେ।ଆଉ ଅନ୍ୟଟି ହେଲା ଓଡ଼ିଶାରୁ ବାରଣାସୀ ଯାଇ ସେଠାରୁ ଅଯୋଧ୍ୟାକୁ ଯିବା ପାଇଁ ସିଧା ରୁଟ୍ ରହିଛି।ଓଡ଼ିଶାରୁ ଯେ କୌଣସି ସ୍ଥାନରୁ ଭୁବନେଶ୍ୱର, କଟକ,ବାଲେଶ୍ଵର ଆଉ ଭଦ୍ରକରୁ ଯଦି ଆପଣ ଯିବାର ଅଛି ଅଯୋଧ୍ୟାକୁ ତାହାଲେ ଆପଣ ସିଧା ହାଉଡା ଷ୍ଟେସନରେ ପହଞ୍ଚି ଅଯୋଧ୍ୟା ଯାଇ ପାରିବେ।

Leave A Reply

Your email address will not be published.