Odisha Link
Bridging the Missing Links in Odisha

ଶୀତରେ ଥରୁଛି ଓଡ଼ିଶା; କଲବଲ କରୁଛି ଘନକୁହୁଡ଼ି

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଶୀତର ଲହରୀ। କିଛି ଅଂଚଳରେ ସକାଳୁ ସକାଳୁ ଘରୁ ବାହାରିବା ହୋଇପଡ଼ୁଚି ମୁସ୍କିଲ। ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲା। ମେଘୁଆ ଓ କୋହଲା ପାଗ ଯୋଗୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଥିଲା। ଏବେ ପୁଣି ତଳମୁହାଁ ହୋଇଛି ପାରଦ। ଯାହା ଫଳରେ ଶୀତ ବଢ଼ିବାରେ ଲାଗିଛି।

ଅନ୍ୟପଟେ, ଭାରତରେ ଘନ କୁହୁଡ଼ି ଯୋଗୁ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି। ଆଜି ସକାଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଘନକୁହୁଡିର ଆସ୍ତରଣ ଦେଖିବାକୁ ମିଳିଥିଲା। ସକାଳୁ ସକାଳୁ ପ୍ରବଳ ଶୀତ ସହ ଘନକୁହୁଡି ଯୋଗୁ ଜୀବନ ଯାତ୍ରା ପ୍ରଭାବିତ ହେଉଛି। ଆଉ ୪ରୁ ୫ ଦିନ ଘନ କୁହୁଡ଼ି ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ସମଗ୍ର ଉତ୍ତର ଭାରତରେ ଏପରି ପାଗ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଦିଲ୍ଲୀ ଓ କୋଲକାତା ବିମାନବନ୍ଦରରେ ବିମାନସେବା ବାଧାପ୍ରାପ୍ତ ହୋଇଛି। ଦୃଶ୍ୟମାନ ଦୂରତା କମ ଥିବାରୁ ଦିଲ୍ଲୀ ବିମାନ ବନ୍ଦରରୁ ବିମାନକୁ ବାତିଲ କରାଯାଇଥିବା ବେଳେ ଅନ୍ୟ ବିମାନ ବିଳମ୍ବିତ ରହିଛି।

Leave A Reply

Your email address will not be published.