Odisha Link
Bridging the Missing Links in Odisha

ରାଜ୍ୟସଭାରେ ବିଜେଡି ସାଂସଦଙ୍କ ଦାବି: ସମ୍ବିଧାନର ମୁଖବନ୍ଧରେ ସ୍ଥାନ ପାଉ ‘ଅହିଂସା’ ଶବ୍ଦ

ଓଏଲ୍‌ ବ୍ୟୁରୋ: ନିର୍ବାଚନ ପୂର୍ବରୁ ଜାତୀୟ ବଜେଟ ଉପସ୍ଥାପନା କରାଯାଇଛି। ଏହା ପରେ ରାଜ୍ୟସଭା ଓ ଲୋକସଭାରେ ବିଭିନ୍ନ ଦାବି ଜାରି ରହିଛି। ଏହାରି ଭିତରେ ବିଜେଡି ସାଂସଦ ସସ୍ମିତ ପାତ୍ର ଦୃଢ଼ ଦାବି ରଖିଛନ୍ତି। ସେ କହିଛନ୍ତି, ସମ୍ବିଧାନର ମୁଖବନ୍ଧରେ ‘ଅହିଂସା’ ଶବ୍ଦ ସ୍ଥାନ ପାଉ। ସମାନ ଦାବି ବାରମ୍ବାର ମୁଖ୍ୟମନ୍ତ୍ରୀ ଉଠାଇ ସାରିଛନ୍ତି। ବିଧାନସଭାରେ ସର୍ବସମ୍ମତ ସଂକଳ୍ପ ପାରିତ ହୋଇଥିଲା।

ଅନ୍ୟପଟେ, ଦାବି ଉଠାଇଲେ ବିଜେଡି ସାଂସଦ ମାନସ ମଙ୍ଗରାଜ। ଭାରତରେ ପ୍ରତିବର୍ଷ ବଜ୍ରାଘାତରେ ୨୫୦୦ ଜୀବନ ଯାଉଛି। ମୃତକଙ୍କ ମଧ୍ୟରେ ୯୬ ପ୍ରତିଶତ ଲୋକ ଗ୍ରାମାଞ୍ଚଳ ବାସିନ୍ଦା ହୋଇଥିବାବେଳେ ବଜ୍ରାଘାତରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଓଡ଼ିଶାରେ ହେଉଛି। ୨୦୧୫ରୁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଛି।

କିଛି ବର୍ଷ ହେବ ଓଡ଼ିଶାରେ ବଜ୍ରାଘାତ ମୃତ୍ୟୁ କମିଛି। ୨୦୧୯-୨୦ରେ ୨୦୭, ୨୦୨୦-୨୧ରେ ୧୫୬ ମୃତ ହୋଇଛି। ବଜ୍ରାଘାତ ମୃତ୍ୟୁ କମ କରିବାକୁ ତାଳ ଗଛ ଲଗାଯାଉଛି। ତେବେ ଭାରତରେ ପ୍ରତିବର୍ଷ ବଜ୍ରାଘାତରେ ୨୫୦୦ ଜୀବନ ଯାଉଥିବାବେଳେ ଏହାକୁ ପ୍ରାକୃତିକ ବିପର୍ଯ୍ୟୟ ଭାବେ ଘୋଷଣା କରିବାକୁ ରାଜ୍ୟସଭା ବିଜେଡି ସାଂସଦ ମାନସ ମଙ୍ଗରାଜ କହିଛନ୍ତି।

Leave A Reply

Your email address will not be published.