Odisha Link
Bridging the Missing Links in Odisha

ଆଜି ବିଧାନସଭା ଅଧିବେସନର ଚତୁର୍ଥ ଦିନ; ଆଗତ ହେବ କାମଚଳା ବଜେଟ୍

ଓଏଲ୍‌ ବ୍ୟୁରୋ: ଆଜି ବିଧାନସଭା ଅଧିବେସନର ଚତୁର୍ଥ ଦିନ। ଆଜି ଗୃହ ବେଶ୍ ସରଗରମ ରହିବା ଆଶା କରାଯାଉଥିବାବେଳେ ପ୍ରଶ୍ନକାଳ ଆରମ୍ଭ ହେବ। ଏହି ଅବସରରେ ଆଜି କାମଚଳା ବଜେଟ୍ ଆଗତ କରିବେ ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ। ୨୦୨୪-୨୫ ଆର୍ଥକ ବର୍ଷ ପାଇଁ ଉପସ୍ଥାପିତ ହେବ ୨ ଲକ୍ଷ ୬୦ ହଜାର କୋଟି ଟଙ୍କାର ବଜେଟ୍।

ଗତ ୩ ତାରିଖ ମନ୍ତ୍ରୀ ପରିଷଦ ବୈଠକରେ ଅନୁମୋଦନ ମିଳିଥିଲା। ସାଧାରଣ ନିର୍ବାଚନ ଆଗକୁ ଥିବାରୁ ବଜେଟକୁ ନେଇ ଶାସକ ଦଳ ବଡ ଘୋଷଣା କରିପାରେ ବୋଲି ଆଶା କରାଯାଉଛି। ତେବେ ଆଜି ସନ୍ଧ୍ୟା ୫ଟାରେ ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ କାମଚଳା ବଜେଟ୍ ଆଗତ କରିବେ। ନିର୍ବାଚନ ପୂର୍ବରୁ ଏହା ଶେଷ ବଜେଟ ହୋଇଥିବାବେଳେ ବିଭିନ୍ନ ଯୋଜନାକୁ ନେଇ ଅନେକ ବର୍ଗର ଲୋକଙ୍କ ଆଶା ରହିଛି।

Leave A Reply

Your email address will not be published.