Odisha Link
Bridging the Missing Links in Odisha

ସ୍ବାସ୍ଥ୍ୟ ସେବାରେ ନୂଆ ଅଧ୍ୟାୟ; ଆଜି ୧୫ ଜିଲ୍ଲାରେ ଲୋକାର୍ପଣ ହେବ ଆମ ହସ୍ପିଟାଲ

ଓଏଲ୍‌ ବ୍ୟୁରୋ: ରାଜ୍ୟବାସୀଙ୍କୁ ମିଳିବ ଉତ୍ତମ ସ୍ବାସ୍ଥ୍ୟ ସେବା। ହସ୍ପିଟାଲକୁ ଆସୁଥିବା ରୋଗୀଙ୍କ ପରିଜନଙ୍କୁ ଆଉ ହଇରାଣ ହେବାକୁ ପଡ଼ିବ ନାହିଁ। ସେମାନଙ୍କ ପାଇଁ ଡାକ୍ତରଖାନାରେ ରହଣି ବ୍ୟବସ୍ଥା ହେବ। ଏଥିପାଇଁ ରାଜ୍ୟ ସରକାର ‘ଆମ ହସ୍ପିଟାଲ’ ନାମରେ ଏକ ନୂତନ ଯୋଜନା ଆଣିଛନ୍ତି। ଆମ ହସ୍ପିଟାଲ ଯୋଜନାକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇ କହିଛନ୍ତି, ଆମ ହସ୍ପିଟାଲ ଯୋଜନା ରାଜ୍ୟ ସରକାରଙ୍କ ନିଜସ୍ୱ ଯୋଜନା। ପ୍ରଥମ ପର୍ଯ୍ୟାୟରେ ୧୪୯ଟି ହସ୍ପିଟାଲ୍‌ ଯୋଜନାରେ ସାମିଲ ହୋଇଥିଲା। ଆଜି ୧୫ ଜିଲ୍ଲାରେ୧୮୫୮ଟି ଆମ ହସ୍ପିଟାଲ ଲୋକାର୍ପଣ ହେବ।

ଏହି ଯୋଜନାରେ ସବୁ ହସ୍ପିଟାଲରେ ଉତ୍ତମମାନର ରୋଗୀ ସେବା ମିଳିବ। ପିଏଚସି, ଜିଲ୍ଲା ଓ ମେଡିକାଲ କଲେଜ ଭିତ୍ତିଭୂମିର ନବୀକରଣ ହେବ। ରୋଗୀ ସହ ରୋଗୀ ସଂପର୍କୀୟଙ୍କୁ ବି ଆନୁଷଙ୍ଗିକ ସୁବିଧା ମିଳିବ। ରୋଗୀ ଓ ସମ୍ପର୍କୀୟଙ୍କ ମନୋରଞ୍ଜନ ପାଇଁ ଏଲ୍‌ଇଡି ସ୍କ୍ରିନ୍‌ ଲାଗିବ। ଏହି ଯୋଜନାରେ ରୋଗୀ ହସ୍ପିଟାଲରୁ ସୁସ୍ଥ ଓ ସନ୍ତୁଷ୍ଟ ହୋଇ ଫେରିବା ମୂଳ ଲକ୍ଷ୍ୟ ରଖାଯାଇଛି।

‘ଆମ ହସ୍ପିଟାଲ’ ଯୋଜନାରେ ରାଜ୍ୟରେ ଥିବା ସମସ୍ତ ସରକାରୀ ହସ୍ପିଟାଲ ୫-ଟି ଅଧୀନରେ ରୂପାନ୍ତରଣ ହେବ। ରାଜ୍ୟର ସମସ୍ତ ୧୮୫୮ ସରକାରୀ ଡାକ୍ତରଖାନା (ଡିଏଚ୍‌ଏଚ୍‌, ଏସ୍‌ଡିଏଚ୍‌, ସିଏଚ୍‌ସି ଓ ପିଏଚ୍‌ସି) ଆସନ୍ତା ୫ ବର୍ଷ ମଧ୍ୟରେ ପର୍ଯ୍ୟାୟକ୍ରମେ ରୂପାନ୍ତର ହେବ। ୨୦୨୩-୨୪ ରୁ ୨୦୨୭-୨୮ ପାଇଁ ଏହି ଯୋଜନା ନିମନ୍ତେ ୩,୩୮୮.୭୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

Leave A Reply

Your email address will not be published.