Odisha Link
Bridging the Missing Links in Odisha

ମାଟ୍ରିକ ପରୀକ୍ଷା: ସୋସିଆଲ ମିଡିଆରେ ପ୍ରଶ୍ନପତ୍ର ଘୂରିବୁଲୁଥିବା ଅଭିଯୋଗ

ଓଏଲ୍‌ ବ୍ୟୁରୋ: ଚଳିତବର୍ଷର ମାଟ୍ରିକ ପରୀକ୍ଷା ଜାରି ରହିଛି। ଏହାରି ମଧ୍ୟରେ କେନ୍ଦୁଝରରେ ଗଣିତ ପ୍ରଶ୍ନ ଭାଇରାଲ ଅଭିଯୋଗ ସାମ୍ନାକୁ ଆସିଛି। ପରୀକ୍ଷାର କିଛି ସମୟ ପରେ ସୋସିଆଲ ମିଡିଆରେ ପ୍ରଶ୍ନପତ୍ର ଘୂରିବୁଲୁଥିବା ଅଭିଯୋଗ ହୋଇଛି। ପୂର୍ବରୁ ଇଂରାଜୀ ପ୍ରଶ୍ନ ଭାଇରାଲର ଅଭିଯୋଗ ହୋଇଥିଲା। ପରେ ଭାଇରାଲ ଖବରକୁ ଖଣ୍ଡନ କରିଥିଲେ ବୋର୍ଡ କର୍ତ୍ତୃପକ୍ଷ। ତେବେ ଗଣିତ ପ୍ରଶ୍ନପତ୍ର ଚଳିତବର୍ଷର କି ନୁହେଁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

ଅନ୍ୟପଟେ, ଦେଶର ପ୍ରଥମ ବୋର୍ଡ ଭାବେ ଏଆଇ ଲାଗୁ କରିଛି ମାଧ୍ୟମିକ ଶିକ୍ଷା ପରିଷଦ। ହଲରେ ବ୍ୟତିକ୍ରମ ଚିହ୍ନଟ କରି କଣ୍ଟ୍ରଲ ରୁମ୍‌କୁ ଆଲର୍ଟ ଦେବ। ଏଆଇ ପାଇଁ ଧାର୍ଯ୍ୟ ହୋଇଛି ୮ଟି ପାରାମିଟର। ପରୀକ୍ଷା କେନ୍ଦ୍ରର ଗେଟରେ ଚଳପ୍ରଚଳ ଠାବ କରିବ। ପରୀକ୍ଷା ହଲରେ ଡେସ୍କ ଓ ବେଞ୍ଚ ଠିକ୍ ନଥିଲେ ଧରିବ। ସିସିଟିଭି ଟାମ୍ପର ଓ ଅଫଲାଇନ ହେଲେ ଏଆଇ ଧରିବ।

ଇନଭିଜିଲେଟର ହଲରେ ନବୁଲିଲେ ଏଆଇ ଧରିବ। ପ୍ରଶ୍ନପତ୍ର ଖୋଲିବା ରୁମରେ ଅଧିକ ଲୋକ ରହିଲେ ଧରିବ। ପରୀକ୍ଷା ହଲରେ ବିଶୃଙ୍ଖଳା ହେଲେ ଏଆଇ ଧରିବ। ପରୀକ୍ଷା କେନ୍ଦ୍ରରେ ଅନଧିକାର ପ୍ରବେଶକାରୀଙ୍କୁ ଧରିବା ସହ ଦୀର୍ଘ ସମୟ ଧରି ସିସିଟିଭି ଅକାମି ରହିଲେ ଏଆଇ ନଜର ରଖିବ।

ଚଳିତ ବର୍ଷ ମାଟ୍ରିକ ୫ ଲକ୍ଷ ୫୧ ହଜାର ୬୧୧ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ବୋର୍ଡ ପକ୍ଷରୁ ୩ ହଜାର ୪୭ଟି ପରୀକ୍ଷା କେନ୍ଦ୍ର ଏବଂ ଦୁର୍ଗମ ଅଞ୍ଚଳର ୨୧ଟି ପୁଲିସ ଷ୍ଟେସନକୁ ନୋଡାଲ୍ ସେଣ୍ଟର କରାଯାଇଛି। ସେହିଭଳି ପରୀକ୍ଷାକୁ ସ୍ୱଚ୍ଛଳ କରିବା ପାଇଁ କଡା ସୁରକ୍ଷା ବ୍ୟବସ୍ତା କରାଯାଇଛି। ଏହା ସହ ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଯୋଗେ ସିଧାପ୍ରସାରଣ କରାଯାଇଛି।

Leave A Reply

Your email address will not be published.