Odisha Link
Bridging the Missing Links in Odisha

ବିଏସ୍ଏଫ୍‌ ଡିଆଇଜିଙ୍କ ଦମ୍ଭୋକ୍ତି: ଖୁବଶୀଘ୍ର ନକ୍ସଲ ମୁକ୍ତ ହେବ ଓଡ଼ିଶା

ଓଏଲ୍‌ ବ୍ୟୁରୋ: ସାଧାରଣ ନିର୍ବାଚନ ଯେତେ ପାଖଉଛି ରାଜନୈତିକ ଉଷ୍ମତା ସେତେ ବଢ଼ିବାରେ ଲାଗିଛି। ଏସବୁ ମଧ୍ୟରେ ଓଡ଼ିଶା ରାଜନୀତି ମଧ୍ୟ ଉଷ୍ମ ହେବାରେ ଲାଗିଛି। ବିଜୁ ଜନତା ଦଳର ମାଷ୍ଟର ପ୍ଲାନ ଦେଖି ବିଜେପି ଶିବିର ମଧ୍ୟ ତତ୍ପରତା ଦେଖାଇଛି। ଏସବୁ ମଧ୍ୟରେ ମୁକ୍ତ ଓ ଅବାଧ ନିର୍ବାଚନ ଉପରେ ଗୁରୁତ୍ୱ ଦେଲେ ବିଏସ୍ଏଫ୍‌ ଡିଆଇଜି।

ଭୁବନେଶ୍ୱରରେ ବିଏସ୍ଏଫ୍‌ ଡିଆଇଜି ଧୀରେନ୍ଦ୍ର କୁମାର ପ୍ରତିକ୍ରିୟା ରଖିଛନ୍ତି। ସମ୍ବେଦନଶୀଳ ଓ ନକ୍ସଲ ପ୍ରବଣ ଅଞ୍ଚଳରେ ବିଏସ୍‌ଏଫ୍‌ ମୁତୟନ ହେବେ। ମାଲକାନଗିରି ଓ କୋରାପୁଟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି। ସ୍ୱାଭିମାନ ଅଞ୍ଚଳରେ ସ୍ପେଶାଲ ଫୋର୍ସ ମୁତୟନ ହେବେ। ଛତିଶଗଡ଼ ଓ ଆନ୍ଧ୍ର ସୀମା ପର୍ଯ୍ୟନ୍ତ ବେସ୍ କ୍ୟାମ୍ପ ସ୍ଥାପନ ହୋଇଛି। ଆଗାମୀ ଦୁଇ ବର୍ଷ ମଧ୍ୟରେ ଓଡ଼ିଶା ନକ୍ସଲ ମୁକ୍ତ ହେବ ବୋଲି ବିଏସ୍ଏଫ୍‌ ଡିଆଇଜିଙ୍କ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି।