Odisha Link
Bridging the Missing Links in Odisha

ଦେଶରେ ଲାଗୁ ହେଲା ସିଏଏ; ଜାଣନ୍ତୁ କ’ଣ ହେବ ପରିବର୍ତ୍ତନ

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ଏବେ ନିର୍ବାଚନର ମାହୋଲ। ଲୋକସଭା ନିର୍ବାଚନକୁ ଅଳ୍ପ ସମୟ ଥିବା ବେଳେ ପଲ୍ଲୀରୁ ଦିଲ୍ଲୀ ରାଜନୀତି ଏବେ ସରଗରମ। ଏସବୁ ମଧ୍ୟରେ ଦୀର୍ଘ ୪ ବର୍ଷ ତଳୁ ଆଇନରେ ପରିଣତ ହୋଇ ସାରିଥିବା ନାଗରିକତ୍ୱ ସଂଶୋଧନ ଆଇନ ବା ସିଏଏ ଲାଗୁ କରିବାକୁ କେନ୍ଦ୍ର ସରକାର ଆଗଭର ହୋଇଛନ୍ତି। ମାର୍ଚ୍ଚ ମାସ ପ୍ରଥମ ସପ୍ତାହରୁ ସିଏଏ ଦେଶରେ ଲାଗୁ ହୋଇଛି।

କ’ଣ ଏହି ସିଏଏ?
ସିଏଏ ଆଇନ୍ ଅନୁସାରେ, ୨୦୧୪ ଡିସେମ୍ବର ୩୧ ପୂର୍ବରୁ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଦେଶକୁ ଆସିଥିବା ୬ ଜଣ ସଂଖ୍ୟାଲଘୁ (ହିନ୍ଦୁ, ଖ୍ରୀଷ୍ଟିଆନ, ଶିଖ, ଜୈନ, ବୌଦ୍ଧ ଓ ପାର୍ସୀ)ଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯିବ। ଏଥିପାଇଁ ଏହି ୩ ଦେଶର ବିସ୍ଥାପିତ ଲୋକଙ୍କୁ କୌଣସି ଦସ୍ତାବିଜ୍ ଦେବାକୁ ପଡ଼ିବ ନାହିଁ।

ଡିସେମ୍ବର ୨୦୧୯ରେ ସଂସଦରେ ଏହି ବିଲକୁ ଅନୁମୋଦନ ମିଳିଥିଲା ଏବଂ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଦେଶର କେତେକ ସ୍ଥାନରେ ବ୍ୟାପକ ବିରୋଧ ହୋଇଥିଲା। ସିଏଏକୁ ନେଇ ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଅନେକ ରାଜନୈତିକ ଦଳ ମଧ୍ୟ ଏହାକୁ ବିରୋଧ କରିଥିଲେ। ସେତେବେଳେ କେନ୍ଦ୍ର ସରକାର ଏହାକୁ କାର୍ୟ୍ୟକାରୀ କରିବାକୁ ମନ ସ୍ଥିର କରିଥିଲେ ମଧ୍ୟ କରୋନା କାରଣରୁ ଏହା ବିଳମ୍ବିତ ହୋଇଥିଲା।

Leave A Reply

Your email address will not be published.