Odisha Link
Bridging the Missing Links in Odisha

ହରିୟାଣା ରାଜନୀତିରେ ହଟଚମଟ; ଇସ୍ତଫା ଦେଲେ ମନୋହର ଲାଲ୍‌ ଖଟ୍ଟର

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା। ଏସବୁ ମଧ୍ୟରେ ଓଡ଼ିଶା ରାଜନୀତି ମଧ୍ୟ ଉଷ୍ମ ହେବାରେ ଲାଗିଛି। ଲୋକସଭା ନିର୍ବାଚନ ୨୦୨୪କୁ ନେଇ ସମସ୍ତ ଦଳ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଏହାରି ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟର ଇସ୍ତଫା ଦେଇଛନ୍ତି। ରାଜ୍ୟପାଳଙ୍କୁ ଭେଟି ଇସ୍ତଫାପତ୍ର ଦେଲେ ମନୋହର ଲାଲ୍‌। ହରିୟାଣାରେ ନୂଆ ସରକାର ଗଠନ ହେବାର ସମ୍ଭାବନା ରହିଛି। ମନୋହର ଲାଲ୍‌ଙ୍କ ସମେତ ଅନ୍ୟ କିଛି ମନ୍ତ୍ରୀ ଇସ୍ତଫା ଦେଲେ।

Leave A Reply

Your email address will not be published.