Odisha Link
Bridging the Missing Links in Odisha

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତି: ବଢ଼ିଲା ମନରେଗା ପାରିଶ୍ରମିକ

ଓଏଲ୍‌ ବ୍ୟୁରୋ: ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କ ବଡ଼ ଉପହାର। ମନରେଗା ପାରିଶ୍ରମିକ ୧୦ ପ୍ରତିଶତକୁ ବୃଦ୍ଧି ହୋଇଛି। ଗ୍ରାମାଞ୍ଚଳ ଶ୍ରମିକଙ୍କୁ ଖୁସି କରିବାକୁ ଚେଷ୍ଟା କରିଛନ୍ତି କେନ୍ଦ୍ର ସରକାର। ମନରେଗା ପାରିଶ୍ରମିକରେ ୩ରୁ ୧୦ ପ୍ରତିଶତ ବୃଦ୍ଧି କଲେ କେନ୍ଦ୍ର ସରକାର। ନୂଆ ପାରିଶ୍ରମିକ ଅନୁସାରେ ଓଡିଶା ଶ୍ରମିକ ପାଇବେ ୨୫୪ ଟଙ୍କା ମଜୁରୀ। ଆସନ୍ତା ଏପ୍ରିଲ ୧ରୁ ନୂଆ ମଜୁରୀ ଲାଗୁ ହେବ। କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ପକ୍ଷରୁ ଏହି ବିଜ୍ଞପ୍ତି ଜାରି ହୋଇଛି।

ବିଜ୍ଞପ୍ତି ଅନୁଯାୟୀ, ୨୦୨୪-୨୫ ତୁଳନାରେ ବେତନ ହାର ଉତ୍ତରପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ସର୍ବନିମ୍ନ ୩ ପ୍ରତିଶତ ବୃଦ୍ଧି ପାଇଛି। ଏଥି ସହିତ ଗୋଆରେ ବେତନ ସର୍ବାଧିକ ବୃଦ୍ଧି କରାଯାଇଛି। ଏହି କ୍ରମରେ ମଜୁରୀ ହାର ୧୦.୬ ପ୍ରତିଶତ ବୃଦ୍ଧି ପାଇଛି। ପଶ୍ଚିମବଙ୍ଗ ଭଳି ରାଜ୍ୟରୁ ପାଣ୍ଠି ରୋକିବା ନେଇ ବିବାଦ ଦେଖାଦେଇଥିବା ବେଳେ ସରକାର ଏହି ହାରରେ ବୃଦ୍ଧି କରିଛନ୍ତି।

Leave A Reply

Your email address will not be published.