Odisha Link
Bridging the Missing Links in Odisha

ସୋନାଲିଙ୍କ ଘର ବାହୁଡ଼ା, କଂଗ୍ରେସର ‘ହାତ’ ଧରିଲେ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ବଢୁଥିବା ତାପମାତ୍ରର ପରି ରାଜ୍ୟ ରାଜନୀତିର ପାରା ମଧ୍ୟ ଦିନକୁ ଦିନ ଉଷ୍ମ ହେବାରେ ଲାଗିଛି। ନିର୍ବାଚନ ତାରିଖ ଯେତେ ପାଖଉଛି ନେତାଙ୍କ ଦଳବଦଳ ସେତେ ପରିମାଣର ବଢିବାରେ ଲାଗିଛି। ବିଶେଷ କରି ରାଜ୍ୟ ଠାରୁ କେନ୍ଦ୍ର ପର୍ଯ୍ୟନ୍ତ କଂଗ୍ରେସ ନେତାମାନେ ଦଳ ଛାଡି ଅନ୍ୟଦଳରେ ଯୋଗ ଦେଉଛନ୍ତି। ହେଲେ ଓଡ଼ିଶାରେ ଆଜି ବିଜେପିର ବରିଷ୍ଠ ନେତ୍ରୀ ସୋନଲି ସାହୁ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି। ସେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତରେ କଂଗ୍ରେସରେ ସାମିଲ ହୋଇଛନ୍ତି।

ସେ ଦଳରେ ଯୋଗ ଦେବା ପରେ କହିଛନ୍ତି, ରାଜନୈତିକ ଜୀବନର ଏକ ନୂଆ ମୋଡ଼ ନେଇଛି। ପୁନର୍ବାର ମୋ ପରିବାରକୁ ଫେରିଛି। ମୁଁ ଏ ପରିବାରର ସଦସ୍ୟ ଥିଲି ଅଛି ରହିବି। ୨୦୧୯ ରେ ରୁଷି କି ଯାଇଥିଲି। ବିଜେପି କହୁଛି ଲକ୍ଷ୍ମୀଙ୍କ ଚି଼ହ୍ନ ପଦ୍ମ ଚି଼ହ୍ନ ଆଜି ଗୁରୁବାର ଲକ୍ଷ୍ମୀ ଛାଡିକି ଆସିଲେ। ଯେଉଁ ଦଳରେ ସମ୍ମାନ ନାହିଁ ସେଠି ରହିକି ଲାଭ ନାହିଁ ଜ୍ଝ ନିଷ୍ଠାର ସହ ଦଳ ଯେଉଁ ଦାୟିତ୍ୱ ଦେବ ଶୃଙ୍ଖଳିତ ଭାବରେ ତୁଲାଇବି। ଓଡ଼ିଶାର ସ୍ୱରକୁ ଚାପି ଶାସକ ଦଳ ସହ ସାଲିସ କରି ଓଡ଼ିଶାର ସ୍ୱାର୍ଥକୁ ଚାପି ଦିଆଯାଉଛି। ବିଜେପି ବିରୋଧୀ ଦଳର ଅଧିକାର ହରାଇଛି। କାହା ବିରୁଦ୍ଧରେ ନିର୍ବାଚନ ଲଢ଼ିବ ବିଜେପି। ୯ ରୁ ୯୦ କୁ ସାକାର ପାଇଁ ହାତରେ ହାତ ମିଶାଇବା ପାଇଁ ନିବେଦନ କରିଛନ୍ତି ସୋନାଲି।

ଆଜି ସୋନାଲି ସାହୁ ଇସ୍ତଫାପତ୍ରରେ ଲେଖିଥିଲେ, ଗତ ୫ ବର୍ଷ ଧରି ଜଣେ ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା ଭାବରେ ଦଳ ଦେଇଥିବା କାର୍ଯ୍ୟ ସୁଚାରୁ ରୂପେ ତୁଲାଇ ଆସିଛି। କିନ୍ତୁ ୫ ବର୍ଷ ଧରି କାର୍ଯ୍ୟ କରିବା ଭିତରେ ମୋର ଅନୁଭବ ହେଲା ଯେ, ଦଳ ଆଦୌ ମହିଳା ସପକ୍ଷବାଦୀ ନୁହେଁ। ମହିଳାଙ୍କୁ ଅଧିକାର ଦେବାତ ଦୂରର କଥା, ସମ୍ମାନ ଟିକେ ମିଳିବା କଷ୍ଟକର। ଜଣେ ଓଡ଼ିଶାର ମହିଳା ହିସାବରେ ଆଗକୁ ବଢ଼ିବା ପାଇଁ ତଥା ଓଡ଼ିଶାର ମହିଳାଙ୍କ ସ୍ୱର ହେବା ପାଇଁ ନିଷ୍ପତ୍ତି ନେଲି। ଓଡ଼ିଶାବାସୀଙ୍କ ସେବାକୁ ପ୍ରାଥମିକତା ଦେବି ବୋଲି ଶ୍ରୀମତି ସାହୁ ନିଜ ଇସ୍ତଫାପତ୍ରରେ ଲେଖିଛନ୍ତି।

ସୂଚନାଥାଉକି, ୨୦୧୯ ନିର୍ବାଚନ ପୂର୍ବରୁ ଏକଦା କଂଗ୍ରେସର ଫାୟାରବ୍ରାଣ୍ଡ ନେତ୍ରୀ ଥିଲେ ସୋନାଲି ସାହୁ। ହେଲେ ପରବର୍ତ୍ତୀ ସମୟରେ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ମିଶିଥିଲେ।

Leave A Reply

Your email address will not be published.