Odisha Link
Bridging the Missing Links in Odisha

କୋଟିଆ ଗସ୍ତରେ ମୁଖ୍ୟ ସଚିବ; ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ବଢୁଥିବା ତାପମାତ୍ରା ପରି ରାଜ୍ୟ ରାଜନୀତି ମଧ୍ୟ ଦିନକୁ ଦିନ ଉଷ୍ମ ହେବାରେ ଲାଗିଛି। ନିର୍ବାଚନ ତାରିଖ ଯେତେ ପାଖଉଛି ବିଭିନ୍ନ ରାଜନୈତିକ ଦଳ ଆପଣାଉଛନ୍ତି ନୂଆ ନୂଆ ରଣନୀତି। ଏହାରି ମଧ୍ୟରେ ନେତାଙ୍କ ଦଳ ଡିଆଁ ପର୍ବ ଜାରି ରହିଛି। କୋରାପୁଟର ଚର୍ଚ୍ଚିତ କୋଟିଆର ରାଜନୈତିକ ଚିତ୍ର ଦ୍ୱନ୍ଦ୍ୱ ମଧ୍ୟରେ ରହିଛି।

ଏସବୁ ଭିତରେ କୋଟିଆ ଗସ୍ତରେ ମୁଖ୍ୟ ସଚିବ ପ୍ରଦୀପ ଜେନା। ମୁଖ୍ୟ ସଚିବଙ୍କ ସହ କୃଷି ସଚିବ ଅରବିନ୍ଦ ପାଢ଼ୀ ମଧ୍ୟ ସାମିଲ ହୋଇଛନ୍ତି। କୋଟିଆରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ସ୍କୁଲ, ମା’ ଗୃହ, ହସ୍ପିଟାଲ, ବାରାକ ସହ ଜଗନ୍ନାଥ ମନ୍ଦିର ବୁଲି ଦେଖିଲେ। ମୁଖ୍ୟ ସଚିବଙ୍କ ଗସ୍ତ ସମୟରେ ଜିଲ୍ଲାପାଳଙ୍କ ସହ ଡିଆଇଜି, ଏସ୍‌ପି, ଡିଏସପି ମଧ୍ୟ ଉପସ୍ଥିତ ରହିଛନ୍ତି।

Leave A Reply

Your email address will not be published.