Odisha Link
Bridging the Missing Links in Odisha

ସାଲେପୁରରୁ କିଏ ହେବେ ବିଜେପି ପ୍ରାର୍ଥୀ? ଅରିନ୍ଦମଙ୍କୁ ନେଇ ବଢ଼ିଲା ଚର୍ଚ୍ଚା…

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି ରାଜନୈତିକ ଚର୍ଚ୍ଚା। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ନିର୍ବାଚନକୁ ନଜରରେ ରଖି ସମସ୍ତ ଛାମୁଆ ଦଳ ଆରମ୍ଭ କରି ସାରିଲେଣି ଅଙ୍କକଷା। ବର୍ତ୍ତମାନର ଶାସକ ଦଳ ବିଜୁ ଜନତା ଦଳ ପୁଣିଥରେ ଶାସନ ଗାଦିରେ ବସିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଚେହେରାକୁ ନେଇ ନିର୍ବାଚନ ଲଢେଇ ଆରମ୍ଭ ହୋଇଛି। ବିଧାନସଭା ସହ ଲୋକସଭା ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେହିଭଳି ବିଜେପି ମଧ୍ୟ ବିଧାନସଭା ସହ ଲୋକସଭା ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିସାରିଛି। ହେଲେ ଏ ଯାଏଁ କୌଣସି ଦଳ ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା ପ୍ରକାଶ କରିନାହିଁ।

ଅନ୍ୟପଟେ, ସାଲେପୁରର ବିଜେପି ପ୍ରାର୍ଥୀ ପ୍ରକାଶ ବେହେରା ବିଜେପି ଛାଡି ବିଜେଡିରେ ମିଶିବା ପରେ ସାଲେପୁରରୁ କାହାକୁ ପ୍ରାର୍ଥୀ କରିବ ବିଜେପି ଏନେଇ ଏଙ୍କ ପ୍ରଶ୍ନ ସୃଷ୍ଟି ହୋଇଛି। ଏମିତି ଚର୍ଚ୍ଚା ଭିତରେ ସାଲେପୁରରେ ଏଟ୍ରିଂ ମାରିଛନ୍ତି ବିଜେଡି ଛାଡି ବିଜେପିରେ ମିଶିଥିବା ଅଭିନେତା ଅରିନ୍ଦମ ରାୟ। ସାଲେପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସାହେଶ୍ୱରୀଙ୍କ ଦର୍ଶନ କରିବା ପରେ ଅରିନ୍ଦମ ସାଲେପୁରରୁ ବିଜେପି ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ପ୍ରକାଶଙ୍କ ସ୍ଥାନରେ ବିଜେପି ଅରିନ୍ଦମଙ୍କୁ ପ୍ରୋଜେକ୍ଟ କରିପାରେ ବୋଲି କଳ୍ପନାଜଳ୍ପନା କରାଯାଉଛି। ଆଉ ଏହାରି ଭିତରେ ଅରିନ୍ଦମଙ୍କ ବୟାନ ଏହି ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି। ଅରିନ୍ଦମ କହିଛନ୍ତି, ଯଦି ସାଲେପୁରବାସୀ ସୁଯୋଗ ଦିଅନ୍ତି ସେ ହାତ ଛଡା କରିବେ ନାହିଁ। ତେବେ ସାଲେପୁରରୁ କିଏ ହେବେ ବିଜେପି ପ୍ରାର୍ଥୀ, ତାହା ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.