Odisha Link
Bridging the Missing Links in Odisha

ଇଭିଏମ୍ ଟାମ୍ପରିଂକୁ ନେଇ ଜନତାଙ୍କ ମନରେ ଅନେକ ପ୍ରଶ୍ନ; ଜାଣନ୍ତୁ ଏହା କେତେ ଦୂର ସତ..

ଓଏଲ୍‌ ବ୍ୟୁରୋ: ବାଜିଛି ନିର୍ବାଚନୀ ବିଗୁଲ। ହେଲେ ଅଟକିଛି ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ନିର୍ବାଚନକୁ ନଜରରେ ରଖି ସମସ୍ତ ଛାମୁଆ ଦଳ ଆରମ୍ଭ କରି ସାରିଲେଣି ଅଙ୍କକଷା। ଏହାରି ମଧ୍ୟରେ ଆଜି ଷ୍ଟ୍ରଙ୍ଗରୁମକୁ ଆସିଲା ଇଭିଏମ୍।

ଗତ କିଛିଦିନ ମଧ୍ୟରେ ଇଲେକ୍ଟ୍ରୋନିକ ଭୋଟିଂ ମେସିନ୍ ଇଭିଏମ୍ କୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଉଠୁଥିବା ପ୍ରଶ୍ନର ଉତ୍ତରରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ କୁହାଯାଇଛି ଯେ, ଇସିଆଇ-ଇଭିଏମ୍ ଏବଂ ତା’ସହିତ ସମ୍ବନ୍ଧିତ ସମସ୍ତ ପ୍ରଣାଳୀ ସୁଦୃଢ଼, ସୁରକ୍ଷିତ ଏବଂ ଟାମ୍ପରିଂରୁ ମୁକ୍ତ। ଇଭିଏମ ଭୋଟଦାନ ଏବଂ ଗଣତି କିଭଳି ସୁରକ୍ଷିତ ସେ ସମ୍ପର୍କରେ ନିମ୍ନରେ କେତେକ ପ୍ରଶ୍ନୋତ୍ତର ମାଧ୍ୟମରେ ବିସ୍ତୃତ ସୂଚନା ଦିଆଯାଇଛି। ଏହାର ନିର୍ମାଣ ଠାରୁ ଆରମ୍ଭ କରି ସଂରକ୍ଷିତ ରଖିବା ପର୍ଯ୍ୟନ୍ତ କଡ଼ା ପ୍ରଶାସନିକ ଉପାୟ ଅବଲମ୍ବନ କରାଯାଇଥାଏ।

ଇଭିଏମ୍ ଟାମ୍ପରିଂର ଅର୍ଥ କ’ଣ ?

ଟାମ୍ପରିଂର ଅର୍ଥ କଂଟ୍ରୋଲ୍ ୟୁନିଟରେ ଲାଗିଥିବା ମାଇକ୍ରୋ ଚିପ୍ସରେ ଥିବା ସଫ୍ଟୱେର ପ୍ରୋଗ୍ରାମକୁ ବଦଳାଇବା କିମ୍ବା ମନ୍ଦ ଉଦ୍ଦେଶ୍ୟ ରଖି ସଫ୍ଟୱେର ପ୍ରୋଗ୍ରାମ୍ ଆରମ୍ଭ କରିବା ଏବଂ ବାଲାଟ୍ ୟୁନିଟରେ ପ୍ରେସ୍ କରାଯାଉଥିବା ସୁଇଚକୁ ଏପରି ପ୍ରେସ କରିବା ଯାହା କଂଟ୍ରୋଲ୍ ୟୁନିଟରେ ସ୍ୱଚ୍ଛ ପରିଣାମ ପହଂଚାଇବାରେ ବାଧା ସୃଷ୍ଟି କରୁଥିବ।

ଇସିଆଇ-ଇଭିଏମକୁ ହ୍ୟାକ୍ କରିବା ସମ୍ଭବ କି ?

ପ୍ରକୃତରେ ଇଭିଏମ୍ ମେସିନରେ ଏମ୍-୧ ମଡେଲଗୁଡ଼ିକର ନିର୍ମାଣ ୨୦୦୬ ସୁଦ୍ଧା କରାଯାଇଥିଲା। କେତେକଙ୍କ ଦାବି ସତ୍ତ୍ୱେ ଏମ୍-୧ ମେସିନ୍ ଏପରି ଢଙ୍ଗରେ ନିର୍ମାଣ କରାଯାଇଥିଲା ଯେ ଏହାକୁ ହ୍ୟାକ୍ କରିବା ସମ୍ଭବ ନୁହେଁ। ୨୦୦୬ରେ ବୈଷୟିକ ମୂଲ୍ୟାଙ୍କନ ସମିତିର ସୁପାରିସ ଆଧାରରେ ଏବଂ ୨୦୧୨ ସୁଦ୍ଧା ନିର୍ମିତ ଇଭିଏମ୍ ଏମ୍-୨ ମଡେଲରେ ଅତିରିକ୍ତ ସୁରକ୍ଷା ବିଶେଷତ୍ୱ ରୂପରେ ଏନକ୍ରିରପଟେଡ୍ ଫାର୍ମ ଅର୍ଥାତ୍ ଉପରକୁ ଖୋଦେଇ ହୋଇଥିବା ପ୍ରମୁଖ କୋଡଗୁଡ଼ିକର ଡାଏନାମିକ୍ କୋଡିଂ ସାମିଲ୍ କରାଯାଇଥିଲା, ଯାହାର ଫଳସ୍ୱରୂପ ବାଲାଟ୍ ୟୁନିଟକୁ କଂଟ୍ରୋଲ୍ ୟୁନିଟ୍ ପର୍ଯ୍ୟନ୍ତ ବାର୍ତ୍ତା ହସ୍ତାନ୍ତର କରିବା ସମ୍ଭବ ହେଲା। ଏଥିରେ ପ୍ରତ୍ୟେକ ପ୍ରେସ୍ର ରିଏଲ୍ ଟାଇମ୍ ସିଟିଂ ମଧ୍ୟ ସାମିଲ ଥିଲା। ଯାହାଦ୍ୱାରା ମନ୍ଦ ଉଦ୍ଦେଶ୍ୟ ରଖି କରାଯାଇଥିବା ପ୍ରେସ କ୍ରମ ଜାଣିହେବ।

ଇସିଆଇ-ଇଭିଏମ୍ କମ୍ପ୍ୟୁଟର ନିୟନ୍ତ୍ରିତ ନୁହେଁ, ଏହା ଷ୍ଟାଣ୍ଡ ଆଲୋନ୍ ଅର୍ଥାତ୍ ସ୍ୱତନ୍ତ୍ର ମେସିନ୍। ଇଣ୍ଟରନେଟ୍ କିମ୍ବା ଅନ୍ୟ କୌଣସି ନେଟ୍ୱାର୍କ ସହିତ କୌଣସି ସମୟରେ ଏହାକୁ ସଂଯୋଗ କରାଯାଇପାରିବ ନାହିଁ। ଏଣୁ କୌଣସି ରିମୋଟ୍ ଡିଭାଇସ୍ ଜରିଆରେ ମଧ୍ୟ ଏହାକୁ ହ୍ୟାକ୍ କରାଯାଇପାରିବ ନାହିଁ। ଏହା ବ୍ୟତୀତ କୌଣସି ହାର୍ଡୱେର୍ ପାର୍ଟ କିମ୍ବା ୱେରଲେସ୍ ୱାଇଫାଇ କିମ୍ବା ବ୍ଲୁଟୁଥ୍ ଡିଭାଇସ୍ ଜରିଆରେ ମଧ୍ୟ ଏଥିରେ ଟାମ୍ପରିଂ ସମ୍ଭବ ନୁହେଁ, କାରଣ କଂଟ୍ରୋଲ୍ ୟୁନିଟ୍ ବାଲାଟ୍ ୟୁନିଟ୍ କେବଳ ଏନକ୍ରିପଟେଡ୍ ବା ଡାଇନାମିକାଲି କୋଡେଡ୍ ଡାଟା ସ୍ୱୀକାର କରିଥାଏ। ଏଥିରେ କୌଣସି ଅନ୍ୟପ୍ରକାରର ଡାଟା ସ୍ୱୀକାର କରାଯାଇପାରିବ ନାହିଁ।

ନିର୍ମାତାଙ୍କ ଦ୍ୱାରା ଇସିଆଇ-ଇଭିଏମରେ କୌଣସି ଗଡ଼ବଡ଼ି (ମ୍ୟାନିପୁଲେସନ୍) କରାଯାଇପାରିବ କି ?

ସଫ୍ଟୱେର ସୁରକ୍ଷା ପ୍ରସଙ୍ଗରେ ନିର୍ମାତାଙ୍କ ସ୍ତରରେ କଡ଼ା ସୁରକ୍ଷା ପ୍ରୋଟୋକଲ୍ ଲାଗୁ କରାଯାଇଥାଏ। ଏହି ମେସିନଗୁଡ଼ିକ ୨୦୦୬ ଠାରୁ ଭିନ୍ନ ଭିନ୍ନ ବର୍ଷରେ ନିର୍ମାଣ କରାଯାଉଛି। ନିର୍ମାଣ କରାଯିବା ପରେ ଇଭିଏମକୁ ରାଜ୍ୟର ଏବଂ କୌଣସି ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲାକୁ ପଠାଯାଇଥାଏ। କେଉଁ ପ୍ରାର୍ଥୀ କେଉଁ ନିର୍ବାଚନ କ୍ଷେତ୍ରରୁ ଲଢ଼ିବ ଏବଂ ବାଲାଟ୍ ୟୁନିଟରେ ପ୍ରାର୍ଥୀଙ୍କ ସିକୁଏନ୍ସ କ’ଣ ରହିବ, ଏହି ସୂଚନା ନିର୍ମାତା ମାନେ ଜାଣିବାର କୌଣସି ସୁଯୋଗ ନଥାଏ। କେବଳ ସେତିକି ନୁହେଁ, ପ୍ରତ୍ୟେକ ଇସିଆଇ-ଇଭିଏମରେ ଏକ ସିରିଏଲ୍ ନମ୍ବର ରହିଛି ଏବଂ ନିର୍ବାଚନ ଆୟୋଗ ଇଭିଏମ୍-ଟ୍ରାକିଂ ସଫ୍ଟୱେରର ବ୍ୟବହାର କରି ନିଜ ଡାଟା ବେସରୁ ଏହା ଜାଣିପାରିବେ ଯେ କେଉଁ ମେସିନ୍ କେଉଁ ଠାରେ ରହିଛି। ଏଣୁ ନିର୍ମାଣ ସ୍ତରରେ ହ୍ୟାକିଂର କୌଣସି ସୁଯୋଗ ନାହିଁ।

ଷ୍ଟୋର୍ କରି ରଖିବା ସ୍ଥାନରେ ଟ୍ୟାମ୍ପରିଂ କରିବା କେତେ ସମ୍ଭବ ?

ଜିଲ୍ଲା ମୁଖ୍ୟାଳୟରେ ଇଭିଏମକୁ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଥାଏ। ଏହାର ସୁରକ୍ଷା ସମୟ ସମୟରେ ଯାଂଚ କରାଯାଇଥାଏ। ଅଧିକାରୀ ଷ୍ଟ୍ରଙ୍ଗ ରୁମକୁ ଖୋଲନ୍ତି ନାହିଁ, କିନ୍ତୁ ସେମାନେ ଏହାର ଯାଂଚ କରିଥାନ୍ତି ଯେ ଏହା ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଅଛି ନା ନାହିଁ ଏବଂ ତାଲା ସମୁଚିତ ଅବସ୍ଥାରେ ଅଛି ନା ନାହିଁ। କୌଣସି ଅନଧିକୃତ ବ୍ୟକ୍ତିକୁ କୌଣସି ସ୍ଥିତିରେ ଇଭିଏମ୍ ନିକଟକୁ ଯିବା ଲାଗି ଅନୁମତି ମିଳିନଥାଏ। ନିର୍ବାଚନ ସମୟ ନଥିଲେ ଏହି ଅବଧି ସମୟରେ ସମସ୍ତ ଇଭିଏମ୍ର ବାର୍ଷିକ ଭୌତିକ ସତ୍ୟତା ଯାଂଚ ଡିଇଓଙ୍କ ଦ୍ୱାରା କରାଯାଇଥାଏ ଏବଂ ଇସିଆଇଙ୍କୁ ରିପୋର୍ଟ ପଠାଯାଇଥାଏ। ନିରୀକ୍ଷଣ ଏବଂ ଯାଂଚ କାର୍ଯ୍ୟ ଏବେ ନିକଟରେ ସମ୍ପନ୍ନ କରାଯାଇଛି।

Leave A Reply

Your email address will not be published.