Odisha Link
Bridging the Missing Links in Odisha

ସମଲେଶ୍ବରୀ ମନ୍ଦିରରେ ମାଦକ ଦ୍ରବ୍ୟ ଓ ପାନ-ଗୁଟଖା ନିଷେଧ; ଧରାପଡ଼ିଲେ ଗଣିବେ ତଣ୍ଡ

ସମ୍ବଲପୁର: ଆସନ୍ତାକାଲିଠାରୁ ମା ସମଲେଶ୍ବରୀଙ୍କ ପୀଠ ପରିସରରେ ମାଦକ ଦ୍ରବ୍ୟ ଓ ପାନ ଗୁଟକାର ବ୍ୟବହାର ଉପରେ ରୋକ୍ । ଏନେଇ ସମଲେଶ୍ଵରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। କୌଣସି ପ୍ରକାର ମାଦକ ଦ୍ରବ୍ୟ ନଆଣିବାକୁ ଟ୍ରଷ୍ଟର ଅନୁରୋଧ। ଏହି ନିଷ୍ପତ୍ତିକୁ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି। ଏଥିସହିତ ମାଦକ ଦ୍ରବ୍ୟ ସେବନ କରି ମନ୍ଦିର ପରିସରରେ ଧରାପଡ଼ିଲେ ୫୦୦ ଟଙ୍କା ଜରିମାନା କରାଯିବ ବୋଲି ଟ୍ରଷ୍ଟ ବୋର୍ଡ ସଭାପତି ସୂଚନା ଦେଇଛନ୍ତି।

Leave A Reply

Your email address will not be published.