Odisha Link
Bridging the Missing Links in Odisha

ଉମରକୋଟ ମାଟିରୁ ବିରୋଧୀଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ; କହିଲେ…

ଓଏଲ୍‌ ବ୍ୟୁରୋ: ନବୀନ ନିବାସରୁ ଆରମ୍ଭ ହୋଇଥିଲା ଯୋଡ଼ି ଶଙ୍ଖର ପ୍ରଚାର। ଆଉ ତା ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ହିଞ୍ଜିଳି ନିର୍ବାଚନୀ ମୈଦାନରୁ ପ୍ରତ୍ୟକ୍ଷ ଭାବେ ଆରମ୍ଭ କରିଛନ୍ତି ପ୍ରଚାର। ଏହା ପରେ ଦଳର ମଙ୍ଗ ଧରିଛନ୍ତି ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ। ଗତକାଲି ବିଜେଡି ନେତା ଭି.କେ ପାଣ୍ଡିଆନ କୋରାପୁଟ ଜିଲ୍ଲା ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିବାବେଳେ ଆଜି ନବରଙ୍ଗପୁର ଗସ୍ତରେ ଅଛନ୍ତି। ଏଥିସହିତ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି।

ସେ କହିଛନ୍ତି, କିଛି ବିରୋଧୀ ନେତା ବିଜୁ ସ୍ୱାସ୍ଥ୍ୟ ସେବା କଲ୍ୟାଣ ଯୋଜନା ବନ୍ଦ କରିବାକୁ ଲାଗିଛନ୍ତି। ନିର୍ବାଚନରେ ଆପଣ ସେମାନଙ୍କୁ ଉଚିତ ଜବାବ ଦେବେ। ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ଦୁବାଇ ଯିବା ବନ୍ଦ କଲେ କେନ୍ଦ୍ରମନ୍ତ୍ରୀ। ତେବେ ଏହା ସହ ସେ ଆହୁରି ମଧ୍ୟ କହିଛନ୍ତି, ଜନଜାତିଙ୍କ ଉପରେ ଥିବା ମାମଲା ପ୍ରତ୍ୟାହାର ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ। ୫୦ ହଜାରରୁ ଅଧିକ ମାମଲା ପ୍ରତ୍ୟାହାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଆପଣମାନଙ୍କ ପାଇଁ ‘ଲାଭ’ ଯୋଜନା ଆରମ୍ଭ କରିଛନ୍ତି। ଜଙ୍ଗଲଜାତ ଦ୍ରବ୍ୟର ସଠିକ ମୂଲ୍ୟ ପାଇବା ପାଇଁ ହୋଇଛି ଯୋଜନା। ତେବେ ମେ ୧୩ରେ ରେକର୍ଡ ସଂଖ୍ୟାରେ ଭୋଟ୍‌ ଦିଅନ୍ତୁ ବୋଲି ଭି.କେ ପାଣ୍ଡିଆନ ନିବେଦନ କରିଛନ୍ତି।