କାଲି ରାତିରେ ଓଡ଼ିଶା ଆସିବେ ନରେନ୍ଦ୍ର ମୋଦି

ଓଏଲ୍ ବ୍ୟୁରୋ: ଓଡ଼ିଶାରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ବିଜେପିର ପ୍ରମୁଖ ଶୀର୍ଷ ନେତାଙ୍କ ଓଡ଼ିଶା ଗସ୍ତ ଜାରି ରହିଛି। ଏହି କ୍ରମରେ ଆାସନ୍ତାକାଲି ରାତିରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ବିଜେପି ଉପସଭାପତି ଗୋଲକ ମହାପାତ୍ର।
ଆସନ୍ତାକାଲି ରାତି ସାଢେ ୯ଟାରେ ଭୁବନେଶ୍ୱରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାତିରେ ଭୁବନେଶ୍ୱରରେ ରାତ୍ରୀ ଯାପନ କରିବେ। ପରେ ସୋମବାର ବ୍ରହ୍ମପୁର ଓ ନବରଙ୍ଗପୁରରେ ପ୍ରଧାନମନ୍ତ୍ରୀ ଜନସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ମୋଦିଙ୍କ ପୂର୍ବରୁ ଆଜି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି।
ଓଡ଼ିଶାରେ ଅଧିକ ସିଟ୍ ହାତେଇବା ପାଇଁ ଲକ୍ଷ୍ୟ ରଖିଛି ବିଜେପି। ଏଣୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର। ଆଜି ଓ କାଲି ସେ ଦୁଇଦିନ ଓଡ଼ିଶାରେ ରହିବେ। ସେହିଭଳି ୫ତାରିଖ ଅପରାହ୍ନରେ ଆସିବେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନକାଲି ରାତିରେ ଓଡ଼ିଶା ଆସୁଛନ୍ତି।