Odisha Link
Bridging the Missing Links in Odisha

ଡ୍ରପ୍‌ଆଉଟ୍‌ ରୋକିବାକୁ ସରକାରଙ୍କ ବଡ଼ ନିଷ୍ପତ୍ତି: ଆଜିଠୁ ସର୍ଭେ ଆରମ୍ଭ

ଓଏଲ୍‌ ବ୍ୟୁରୋ: ବର୍ତ୍ତମାନ ସମୟରେ ରାଜ୍ୟରେ ଡ୍ରପ୍‌ଆଉଟ୍ ଏକ ବଡ଼ ସମସ୍ୟା ସୃଷ୍ଟି କରିଛି। ହଜାର ହଜାର ପିଲା ଡ୍ରପ୍‌ଆଉଟ୍ ହୋଇ ରହିଛନ୍ତି, ଯେଉଁମାନଙ୍କର କୌଣସି ଖୋଜଖବର ହିଁ ନାହିଁ। ଡ୍ରପ୍‌ଆଉଟ୍‌ ରୋକିବାକୁ ରାଜ୍ୟ ସରକାର ନେଲେ ବଡ଼ ନିଷ୍ପତ୍ତି। ଆଜିଠୁ ଘରକୁ ଘର ବୁଲି ଶୂନରୁ ୧୮ ବର୍ଷର ପିଲାଙ୍କୁ ଚିହ୍ନଟ କରିବେ ଶିକ୍ଷକ, ଶିକ୍ଷୟିତ୍ରୀ। କେଉଁ ଗ୍ରାମର କେତେ ପିଲା ଅଧାରୁ ପାଠପଢ଼ା ଛାଡ଼ିଛନ୍ତି ତାହାର ତାଲିକା ପ୍ରସ୍ତୁତ କରିବେ। ବିଦ୍ୟାଳୟ ଆଖପାଖ ଅଞ୍ଚଳ ସମେତ ନିକଟବର୍ତ୍ତୀ ଗ୍ରାମ, ପଡ଼ା, ସାହି, କଲୋନିରେ ପହଞ୍ଚି ସେମାନେ ପିଲାଙ୍କ ସମ୍ପର୍କରେ ଟିକିନିଖି ତଥ୍ୟ ସଂଗ୍ରହ କରିବେ। ଗାଁରେ କେତେ ପିଲା ରହିଛନ୍ତି? ପିଲାଙ୍କ ନାମ, ବୟସ, ଲିଙ୍ଗ ଆଦି ବିଷୟରେ ତଥ୍ୟ ସଂଗ୍ରହ କରିବେ।

ଆଦୌ ସ୍କୁଲ ମାଟି ମାଡ଼ି ନଥିବା ପିଲାଙ୍କୁ ଗୁରୁତ୍ବ ଦିଆଯିବ। ଯଦି ସ୍କୁଲ ଯାଇ ଅଧାରୁ ପାଠପଢ଼ା ଛାଡ଼ିଥାନ୍ତି ତାହା ହେଲେ କେଉଁ ବିଦ୍ୟାଳୟରେ ପଢ଼ୁ୍‌ଥିଲେ ତାହା ମଧ୍ୟ ଉଲ୍ଲେଖ କରିବେ। କେଉଁ କାରଣ ପାଇଁ ଅଧାରୁ ପାଠପଢ଼ା ଛାଡ଼ିଛନ୍ତି ତାହା ମଧ୍ୟ ସ୍ପଷ୍ଟ କରିବେ। କେଉଁ ଭାଷାରେ କଥାବାର୍ତ୍ତା କରନ୍ତି, ଦିବ୍ୟାଙ୍ଗ କି ନାହିଁ; ସେ ସଂକ୍ରାନ୍ତରେ ମଧ୍ୟ ତଥ୍ୟ ସଂଗ୍ରହ କରାଯିବ। ପ୍ରଧାନ ଶିକ୍ଷକମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଶିକ୍ଷକ, ଶିକ୍ଷୟିତ୍ରୀ ଏହି କାର୍ଯ୍ୟ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି ଜାରି ହୋଇଛି।

Leave A Reply

Your email address will not be published.