Odisha Link
Bridging the Missing Links in Odisha

ମେଟ୍ରୋ ରେଳ ପ୍ରକଳ୍ପ କାର୍ଯ୍ୟକୁ ନେଇ ତତ୍ପରତା; ଭୁବନେଶ୍ୱରରେ କରାଗଲା ସର୍ଭେ

ଓଏଲ୍‌ ବ୍ୟୁରୋ: ଖୁବଶୀଘ୍ର ରାଜ୍ୟରେ ମେଟ୍ରୋ ରେଳ ପ୍ରକଳ୍ପ କାର୍ଯ୍ୟକୁ ନେଇ ତତ୍ପରତା ପ୍ରକାଶ ପାଇଛି। ମେଟ୍ରୋ ରେଳ ପ୍ରକଳ୍ପ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ଏହି କ୍ରମରେ ବାଣୀବିହାରରୁ ଶିଶୁଭବନ ଛକ ତଥା ଜନପଥରେ ସର୍ଭେ କରାଯାଇଛି। ଭୁବନେଶ୍ବର ମେଟ୍ରୋ ରେଳ କର୍ପୋରେସନ ଲିମିଟେଡ୍‌ ଦ୍ବାରା ସର୍ଭେ ହୋଇଛି। ବିଡିଏ, ବିଏମ୍‌ସି ଓ ଟିପିସିଓଡିଏଲ୍‌ ସଂସ୍ଥା ମଧ୍ୟ ସର୍ଭେରେ ସାମିଲ୍ ଥିବାବେଳେ ମେଟ୍ରୋ ରାସ୍ତାରେ ଥିବା ଗଛ, ବିଦ୍ୟୁତ ଖୁଣ୍ଟକୁ ନଜରରେ ରଖି ସର୍ଭେ କରାଯାଉଛି।

ସର୍ଭେ ହେବାକୁ ଯୋଜନା ଅନୁସାରେ, ରାସ୍ତାର ମେଡିଆନ୍‌ରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ହଟାଯିବ। ଏହାସହିତ ପାଣି ପାଇପ୍‌, ଟେଲିଫୋନ୍‌ ଲାଇନ୍‌, ଗ୍ୟାସ୍‌ପାଇପ୍‌ ଲାଇନ୍‌ ସମେତ ସମସ୍ତ ‘ୟୁଟିଲିଟି’ ହଟାଯିବ। ଏଥିପାଇଁ ଶିଶୁଭବନ ଛକରୁ ବାଣୀବିହାର ପର୍ଯ୍ୟନ୍ତ ଭୁବନେଶ୍ୱର ମେଟ୍ରୋ ରେଳ ନିଗମ ସମେତ ଏକ ସ୍ବତନ୍ତ୍ର ଟିମ୍‌ ସର୍ଭେ କରୁଛନ୍ତି। ଟିମ୍‌ରେ ବିଏମ୍‌ସି, ବିଡିଏ, ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌(ବିଏସ୍‌ସିଏଲ୍‌), ଟିପିସିଓଡିଏଲ୍‌, ଗେଲ୍‌, ବିଏସ୍‌ଏନ୍‌ଏଲ୍‌, ୱାଟ୍‌କୋ ଓ କମିସନରେଟ୍‌ ଟ୍ରାଫିକ୍‌ର ପ୍ରତିନିଧି ରହିଛନ୍ତି। ଏନେଇ ରେଳ ନିଗମ ପକ୍ଷରୁ ସମସ୍ତ ଏଜେନ୍‌ସିଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି। ପ୍ରବଳ ଖରା ହେଉଥିବାରୁ ସକାଳ ୭ଟାରୁ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଏହି ସର୍ଭେ ହୋଇଥିଲା।