Odisha Link
Bridging the Missing Links in Odisha

କେବେ ଖୋଲିବ ରତ୍ନଭଣ୍ଡାର? ପୁଣି ଚର୍ଚ୍ଚା ବଢ଼ାଇଲା ଆଇନ ମନ୍ତ୍ରୀଙ୍କ ବୟାନ..

ଓଏଲ୍‌ ବ୍ୟୁରୋ: ଆସନ୍ତା ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ହାଇଲେବୁଲ କମିଟି ଦେଇଥିବା ପ୍ରସ୍ତାବକୁ ପରିଚାଳନା କମିଟି ମଂଜୁରୀ କରିଛି। ୧୪ରେ ଖୋଲିବାକୁ ପ୍ରସ୍ତାବ ଦିଆଯାଇଥିବା ପରିଚାଳନା କମିଟି ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

ଅନ୍ୟପଟେ, ଆସନ୍ତା ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ପ୍ରାୟତଃ ସ୍ପଷ୍ଟ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଆଇନ ମନ୍ତ୍ରୀ କହିଛନ୍ତି, ପୂର୍ବରୁ ଯାଞ୍ଚ କମିଟି ଯେଉଁ ସୁପାରିଶ କରିଥିଲା ସେଥିରେ ମୋହର ମାରିଛି ପରିଚାଳନା କମିଟି। ଗତକାଲି ପରିଚାଳନା କମିଟିର ବୈଠକରେ ହୋଇଥିବା ସୁପାରିଶ ଆଜି ସରକାରଙ୍କ ପାଖରେ ପହଞ୍ଚିବା ପରେ ଏହାର ଯାଞ୍ଚ କରାଯିବ।

ଯେଉଁ ଏସଓପି ସୁପାରିଶ ଆସିବ ତାହାକୁ ନେଇ ବିଭିନ୍ନ ଦିଗରେ ତର୍ଜମା କରାଯିବା ପରେ ନିଷ୍ପତ୍ତି ନିଆଯିବ। ସବୁଠୁ ବଡ କଥା ହେଲା, ନୀତିକାନ୍ତି ସହ ଖାପଖୁଆଇ ସବୁ ଦିଗକୁ ସୁବିଧା ହେବା ଭଳି ନିଷ୍ପତ୍ତି ନିଆଯିବ। ଯାଞ୍ଚ କମିଟି ଯେଉଁ ତାରିଖ ଧାର୍ଯ୍ୟ କରିଛି ସେ ତାରିଖ ପ୍ରାୟତଃ ସ୍ପଷ୍ଟ ବୋଲି ଆଇନମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.