Odisha Link
Bridging the Missing Links in Odisha

ଲୋକଙ୍କୁ ଭୁଆଁ ବୁଲାଇଛନ୍ତି ନବୀନ: କୁଷୁମ ଟେଟେ

ବିଜେପୁର: ବିଜେପୁରରେ ଜମୁଛି ନିର୍ବାଚନୀ ପ୍ରଚାର। ପୂଜାପରେ ବିିଭିନ୍ନ ଦଳ ଉପନିର୍ବାଚନ ପାଇଁ ଆରମ୍ଭ କରିଛନ୍ତି କସରତ। ହାତରେ ଆଉ ଦିନ କେଇଟା ଥିବାରୁ ବିଭିନ୍ନ ଦଳର ନେତା ଏବେ ବିଜେପୁର ମୁହାଁ ହୋଇଛନ୍ତି। ଆଜି ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପିର ପ୍ରଚାର ମଙ୍ଗ ଧରିଥିଲେ। ବିଜେଡିର ପ୍ରମିଳା ମଲ୍ଲିକ ସଞ୍ଜୟ ଦାସବର୍ମା ପ୍ରମୁଖ ଆଜି ପ୍ରଚାର କରିଛନ୍ତି।

ତେବେ ଏହି ପରିପ୍ରେକ୍ଷୀରେ ବିଜେପି ପକ୍ଷରୁ ମଧ୍ୟ ସୁନ୍ଦରଗଡ଼ ବିଧାୟିକା ମଧ୍ୟ ଆଜି ଯାଇ ନିର୍ବାଚନ ପ୍ରଚାର କରିଛନ୍ତି। ପ୍ରଚାର ସମୟରେ ବିଜେଡିକୁ ଟାର୍ଗେଟ କରିଛନ୍ତି କୁଷୁମ। ବିଜେଡି ଛାଡ଼ି ବିଜେପିରୁ ବିଧାୟିକା ହୋଇଥିବା କୁଷୁମ ଟେଟେ କହିଛନ୍ତି ଯେ, ଦୁଇ ବର୍ଷରେ ଏଠାରେ ୩ ଥର ନିର୍ବାଚନ ହେଉଛି।

ଏଥିପାଇଁ ନିଜେ ଭୋଟରମାନେ ଦୁଃଖିତ ଅଛନ୍ତି। ଯେତେବେଳେ ନିର୍ବାଚନ ହୁଏ ସେତେବେଳେ ସରକାରୀ ଯୋଜନା ସବୁ ବନ୍ଦ ହୋଇଯାଏ। ସେ କଥା ବି ଏଠିକାର ଲୋକେ ଅନୁଭବ କରିଛନ୍ତି। ଯେତେବେଳେ ନିଜେ ମୁଖ୍ୟମନ୍ତ୍ରୀ ଏଠିକାର ଆସନରେ ଛିଡ଼ା ହୋଇ ନିର୍ବାରଚନ ଲଢ଼ିଥିଲେ , ସେତେବେଳେ କହିଥିଲେ ଏହି ନିର୍ବାଚନମଣ୍ଡଳୀର ଦାୟିତ୍ୱ ମୁଁ ନିଜେ ନେବି। ସେଥିରେ ବି ସେ ଭୁଆଁ ବୁଲାଇଲେ।

ସେଥିପାଇଁ ଭୋଟରଦାତାମାନେ ବହୁ ଦୁଃଖିତ ଅଛନ୍ତି। ଏମିତି କରି ଲୋକଙ୍କ ଭାବନା ଓ ବିଶ୍ୱାସ ସହ ଖେଳାଯାଇଛି।ଏମିତି ବାରମ୍ବାର ନିର୍ବାଚନ କରି ସେ କଣ ପ୍ରମାଣିତ କରିବାକୁ ଚାହୁଁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଏଠିକାର ଲୋକଙ୍କର କୌଣସି ଉନ୍ନତି ହେଉ ନାହିଁ। ପୂର୍ବ ଉପନିର୍ବାଚନରେ ଏହି ନିର୍ବାଚନମଣ୍ଡଳୀକୁ କୋଟି କୋଟି ଟଙ୍କା ଦିଆଯାଇଥିଲା। ସେ ଟଙ୍କା କୁଆଡ଼େ ଗଲା। ଏଠିକାର ଲୋକଙ୍କୁ ସ୍ୱଚ୍ଛ ପାଣି ଦେବା ପାଇଁ ଘୋଷଣା ହୋଇଥିଲା। ତାହା ବି ହେଲାନି। ତେଣୁ ଏହି ନିର୍ବାଚନରେ ଲୋକେ ବିଜେଡିକୁ ଉଚିତ୍ ଜବାବ ଦେବେ ବୋଲି ସେ କହିଛନ୍ତି।

Comments are closed.