Odisha Link
Bridging the Missing Links in Odisha

୧୦ ଆକାଂକ୍ଷୀ ଜିଲ୍ଲା ପାଇଁ ୧୦ ବରିଷ୍ଠ ଆଇଏଏସଙ୍କୁ ଦାୟିତ୍ୱ

ଭୁବନେଶ୍ବର: ୧୦ ଆକାଂକ୍ଷୀ ଜିଲ୍ଲା ପାଇଁ ପ୍ରମୁଖ ସଚିବଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ। ସଚିବ ପାହ୍ୟା ଅଧିକାରୀଙ୍କୁ ୧୦ ଜିଲ୍ଲାର ଦାୟିତ୍ୱ ପ୍ରଦାନ କଲେ ରାଜ୍ୟ ସରକାର। କୃଷି ଉତ୍ପାଦନ କମିଶନର ପ୍ରମୋଦ କୁମାର ମହାପାତ୍ରଙ୍କୁ ଢେଙ୍କାନାଳ ଜିଲ୍ଲା ଦାୟିତ୍ୱ ଦିଆଯାଇଥିବା ବେଳେ ମହିଳା ଓ ଶିଶୁ ବିକାଶ ସଚିବ ଅନୁ ଗର୍ଗଙ୍କୁ ରାୟଗଡା ଜିଲ୍ଲା ପାଇଁ ଦାୟିତ୍ୱ ମିଳିଛି।
ସେହିଭଳି କୋରାପୁଟ ଜିଲ୍ଲାର ଜନହିତକାରୀ ବିକାଶ ପାଇଁ କୃଷି ଓ କୃଷକ ସଶକ୍ତିକରଣ ସଚିବ ସୌରଭ ଗର୍ଗଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି ପଞ୍ଚାୟତିରାଜ ସଚିବ ଡି.ଆର.କେ ସିଂହଙ୍କୁ କଳାହାଣ୍ଡି ଜିଲ୍ଲା ଦାୟିତ୍ୱ ମିଳିଥିବାବେଳେ ଗୃହ ସଚିବ ସଞ୍ଜୀବ ଚୋପ୍ରାଙ୍କୁ କନ୍ଧମାଳ ଜିଲ୍ଲା ଦାୟିତ୍ୱ ମିଳିଛି। ଅନ୍ୟପଟେ ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କୁ ନବରଙ୍ଗପୁର ଜିଲ୍ଲା ପାଇଁ ଦାୟିତ୍ୱ ମିଳିଥିବାବେଳେ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ରଙ୍କୁ ନୂଆପଡା ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର।
ଅନ୍ୟପଟେ ଦକ୍ଷତା ବିକାଶ ବିଭାଗ ସଚିବ ଏସ.କେ ସିଂଙ୍କୁ ଗଜପତି ଜିଲ୍ଲା ଦାୟିତ୍ୱ ଦିଆଯାଇଛି। ଆଉ ସ୍ୱାସ୍ଥ୍ୟ ସଚିବ ପ୍ରମୋଦ କୁମାର ମେହେର୍ଦ୍ଦାଙ୍କୁ ବଲାଙ୍ଗୀର ଦାୟିତ୍ୱ ମିଳିଥିବାବେଳେ ଖାଦ୍ୟ ଯୋଗାଣ ସଚିବ ଭି.ଭି ଯାଦବଙ୍କୁ ମାଲକାନଗିରି ଦାୟିତ୍ୱ ଦିଆଯାଇଛି। ତେବେ ଏହି ଆକାଂକ୍ଷୀ ଜିଲ୍ଲାରେ ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ଜଳଯୋଗାଣ ଭଳି କ୍ଷେତ୍ରର ବିକାଶକୁ ଗୁରୁତ୍ୱ ଦିଆଯିବ ସେନେଇ କାର୍ଯ୍ୟ କରିବେ ଏହି ୧୦ ବରିଷ୍ଠ ଆଇଏଏସ ଅଧିକାରୀ ।

Comments are closed.