୨୦ରେ ସରିବ କଟକର ଐତିହାସିକ ବାଲିଯାତ୍ରା

କଟକ: କଟକର ଐତିହାସିକ ବାଲିଯାତ୍ରା ବୁଲିବା ସହ ଖାଦ୍ୟର ମଜା ନେଉଛନ୍ତି ଲୋକେ। ଦିନକୁ ଦିନ ଲୋକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳୁଛି। ତେବେ ୧୯ ତାରିଖରେ ସରିବାକୁ ଥିବା ବାଲିଯାତ୍ରା ୨୦ ତାରିଖରେ ସରିବ। ଏନେଇ କଟକ ଜିଲ୍ଲାପାଳ ଆଜି ଏହି ସୂଚନା ଦେଇଛନ୍ତି।
ଚଳିତ ବର୍ଷ ୮ ଦିନ ଧରି ବାଲିଯାତ୍ରା ଅନୁଷ୍ଠିତ ହେବାପାଇଁ ନିଷ୍ପତ୍ତି ନିଆଯାଇଥିଲା। ହେଲେ ଏବେ ପୁଣି ଆଉ ଗୋଟିଏ ଦିନ ବଢ଼ି ଥିବାରୁ ଲୋକମାନେ ଖୁସି ବ୍ୟକ୍ତ କରିଛନ୍ତି।ବାଲିଯାତ୍ରା ପଡ଼ିଆରେ ଅନେକ ଖାଦ୍ୟର ଷ୍ଟଲ୍ ଦେଖିବାକୁ ମିଳିଛି। ହେଲେ ଦହିବରା ଆଳୁଦମ ଓ ଠୁଙ୍କାପୁରୀ ଷ୍ଟଲରେ ଅଧିକ ଭିଡ଼ ଦେଖିବାକୁ ମିଳିଛି।