ବାରବାଟୀ ଦିନିକିଆ ଟିକଟ: ଖୋଲିବ ୧୨ଟି କାଉଣ୍ଟର, ପରିଚୟ ପତ୍ର ବାଧ୍ୟତାମୂଳକ

ଭୁବନେଶ୍ବର: ଆସନ୍ତା ୨୨ରେ କଟକର ବାରବାଟୀ ଷ୍ଟାଡିୟମ୍ରେ ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବ ତୃତୀୟ ଦିନିକିଆ। ଏଥିପାଇଁ ପୁରା ପ୍ରସ୍ତୁତ ଓସିଏ। ଏଥିନେଇ ଆଜି ଓସିଏ ପକ୍ଷରୁ ବାରବାଟୀ ଦିନିକିଆକୁ ନେଇ ଏକ ପ୍ରେସ୍ ମିଟ୍ ଆୟୋଜନ କରିଛି।
ସାମ୍ବାଦିକ ସମ୍ମିଳନୀରେ ଓସିଏ ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ୧୬ ଓ ୧୭ରେ ଅନୁମୋଦିତ ସଂସ୍ଥା, ସ୍କୁଲ ଓ କ୍ଲବକୁ ଟିକେଟ ମିଳିବ । ଏହାଛଡ଼ା ଆସନ୍ତା ୧୯ ଓ ୨୦ ତାରିଖରେ ବାରବାଟୀ ଷ୍ଟାଡିୟମ କାଉଣ୍ଟରରେ ଟିକେଟ ମିଳିବ। କାଉଣ୍ଟରରେ ଜଣକ ପିଛା ୨ଟି ଲେଖାଏଁ ଟିକେଟ ମିଳିପାରିବ। ସବୁଠାରୁ ବଡ଼ କଥା ହେଲା ଟିକେଟ କିଣିବା ବେଳେ କ୍ରିକେଟପ୍ରେମୀଙ୍କୁ ନିଜ ପରିଚୟପତ୍ର ଦେଖାଇବାକୁ ପଡ଼ିବ ବୋଲି ଓସିଏ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ଏଥିସହିତ ଗ୍ୟାଲେରୀ ଦର୍ଶକଙ୍କ ପାଇଁ ହେଲପ୍ ଡେସ୍କ ବ୍ୟବସ୍ଥା ରହିବ।