ବୋର୍ଡ ଅଫ୍ ରେଭିନ୍ୟୁରେ ଲାଗିଲା ନିଆଁ

କଟକ: କଟକ ବୋର୍ଡ ଅଫ୍ ରେଭିନ୍ୟୁରେ ଅଗ୍ନିକାଣ୍ଡ ଘଟିଛି। ବୋର୍ଡ ଅଫ ରେଭିନ୍ୟୁ କୋଠାର ତୃତୀୟ ମହଲାରେ ଅଗ୍ନିକାଣ୍ଡ ଘଟିଛି । ଅଫିସ କର୍ମଚାରୀ ଓ ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିଥିବା ସୂଚନା ମିଳିଛି ।
ପ୍ରକାଶ ଯେ, ଶନିବାର ଦିନ ଅପରାହ୍ନ ସମୟରେ ହଠାତ୍ ଅଫିସରେ ନିଆଁ ଲାଗିଯାଇଥିବାର ଦେଖିବାକୁ ମିଳିଥିଲା । ତେବେ ସ୍ଥାନୀୟ କର୍ମଚାରୀ ତୁରନ୍ତ ଅଗ୍ନିଶମ ବାହିନୀକୁ ନିଆଁ ଲାଗିଥିବା ନେଇ ଖବର ଦେଇଥିଲା। ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛି । ନିଆଁ ଲାଗିବାଦ୍ବାରା କିଛି କାଗଜପତ୍ର ପୋଡି ନଷ୍ଟ ହୋଇଯାଇଥିବାର ଅନୁମାନ କରାଯାଉଛି। ବର୍ତ୍ତମାନ ସୁଦ୍ଧାରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।
Comments are closed.