ମୁଁ ଲୋକଙ୍କ ଶତ୍ରୁ: ଅମାନିଆଙ୍କୁ ପୁଲିସର ଅଭିନବ ଦଣ୍ଡ

ଭୁବନେଶ୍ବର: ବାରଣ, ସଚେତନତା ପ୍ରଚାର ଓ ବାରମ୍ବାର ଅନୁରୋଧ ସତ୍ତ୍ବେ ଜନତା ମାନୁନାନହାନ୍ତି ଲକ୍ଡାଉନ୍ ନିୟମ। କରୋନା ସଂକ୍ରମଣକୁ ବେଖାତିର କରି ବାହାରୁଛନ୍ତି ଘରୁ। ଏଭଳି କିଛି ଅମାନିଆ ଲୋକଙ୍କୁ ପୁଲିସ ଆଜି ଆଖିଦୃଶିଆ ଦଣ୍ଡ ଦେଇଛି।
ସହରର ବିଭିନ୍ନ ସ୍ଥାନରେ ଚେକ୍ ପୋଷ୍ଟରେ ଧରା ପଡ଼ିଥିବା ଲକ୍ଡାଉନ୍-ଅମାନ୍ୟକାରୀଙ୍କ ହାତରେ “ମୁଁ ଲୋକଙ୍କ ଶତ୍ରୁ” ବୋଲି ଫଳକ ଧରେଇ ଫଟୋ ଭାଇରାଲ୍ କରିଛି ପୁଲିସ। ପ୍ରକୃତରେ ଏଭଳି ଅସମୟରେ ଘରୁ ବାହାରୁଥିବା ଲୋକ ହିଁ ସମାଜର ଅସଲ ଶତ୍ରୁ, ପୁଲିସ ଏହି ବାର୍ତ୍ତା ଦେବାକୁ ଚାହିଁଛି। ଏଇମାନଙ୍କ ମାଧ୍ୟମରେ ହିଁ କରୋନା ସଂକ୍ରମଣର ଆଶଙ୍କା ରହିଛି।
ଭୁବନେଶ୍ବର ସମେତ ରାଜ୍ୟର ଅନ୍ୟ କିଛି ସ୍ଥାନରେ ପୁଲିସ ଅମାନିଆଙ୍କୁ ଶାରିରୀକ ଦଣ୍ଡ ଦେବାର ମଧ୍ୟ ଦେଖିବାକୁ ମିଳିଛି।