ନୟାଗଡ଼ରୁ ନକଲି ଟଙ୍କା କାରଖାନ ଠାବ
ନୟାଗଡ଼: ନୟାଗଡ଼ରୁ ନକଲି ଟଙ୍କା କାରଖାନ ଠାବ। ନୟାଗଡ଼ ସହରରୁ ଏକ ନକଲି ଟଙ୍କା ଛପା କାରକାନା ଠାବ କରାଯାଇଛି। ନକଲି ଟଙ୍କା ଦେଇ ଗାଡ଼ି କିଣିବାର ଉଦ୍ୟମ କରୁଥିବା ବେଳେ ଧରା ପଡ଼ିଲେ ୨ ଯୁବକ। ସୋ ରୁମ୍ ରେ ୧.୨୫ ଲକ୍ଷର ନକଲି ନୋଟ୍ ଦେଇଥିଲେ ୨ ଯୁବକ। ୨ ଯୁବକଙ୍କ ଉପରେ ସନ୍ଦେହ ହେବାରୁ ପୋଲିସ୍କୁ ଖବର ଦେଇଥିଲେ ସୋ ରୁମ୍ ମାଲିକ।
ଟଙ୍କା ନକଲି ଜଣାପଡ଼ିବାରୁ ୨ ଜଣ ଯୁବକଙ୍କୁ ଥାନାକୁ ନେଇଛି ପୋଲିସ୍। ୨ ଜଣଙ୍କ ମଧ୍ୟରୁ ଜଣେ ନକଲି ଟଙ୍କା ପ୍ରସ୍ତୁତ କରୁଥିବା ସୂଚନା ମିଳିଛି। ନକଲି ଟଙ୍କା ପ୍ରସ୍ତୁତ କରୁଥିବା ବ୍ୟକ୍ତିକ୍ତ ଘର ଖଣ୍ଡପଡ଼ା ଥାନା କୋକ୍ସା। ନୟାଗଡ଼ରେ ଘରଭଡ଼ା ନେଇ ନକଲି ଟଙ୍କା ତିଆରି କରୁଥିଲେ ଯୁବକ। ଭଡ଼ା ଲାପ୍ଟପ୍, କମ୍ପୁଟର, ପ୍ରିଣ୍ଟର, ନୋଟ୍ କାଗଜ ଜବତ।
Comments are closed.