ଦେଶରେ କରୋନା ମୃତ୍ୟୁହାର କମୁଛି: ସ୍ୱାସ୍ଥ୍ୟ ସଚିବ

ନୂଆଦିଲ୍ଲୀ: ଦେଶରେ କରୋନା ମୃତ୍ୟୁହାର କମୁଛି। ଆଜି ଦେଶରେ କରୋନା ସ୍ଥିତି ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସୂଚନା ଦେଇ କହିଛନ୍ତି ଯେ, ଦେଶରେ ସଂକ୍ରମଣ ହାର କ୍ରମାଗତ ଭାବେ କମିବାରେ ଲାଗିଛି। ସେପ୍ଟେମ୍ବର ୧୬ରୁ ସେପ୍ଟେମ୍ବର୨୨ ମଧ୍ୟରେ ଦୈନିକ ସଂକ୍ରମଣ ୯୦,୩୪୬ ରହୁଥିଲା। କିନ୍ତୁ ଏବେ ଦେଶରେ ଦୈନିକ ସଂକ୍ରମଣ ୪୫,୮୦୦ ମଧ୍ୟରେ ରହୁଛି।
ଏଥିସହ ଦେଶରେ ସେପ୍ଟେମ୍ବର ୧୬ରୁ ସେପ୍ଟେମ୍ବର ୨୨ ମଧ୍ୟରେ ଦୈନିକ ମୃତ୍ୟୁ ୧୧୬୫ ଥିଲା। ଏବେ ଦେଶରେ ଦୈନିକ ମୃତ୍ୟୁହାର ୫୧୩ରେ ପହଞ୍ଚିଛି। କିଛି ରାଜ୍ୟରେ ସଂକ୍ରମଣ ହାର କମିଥିବା ବେଳେ ଆଉ କିଛି ରାଜ୍ୟରେ ବଢିଛି। ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ର ଓ ୟୁପିରେ କରୋନା ସଂକ୍ରମଣ କମୁଥିବା ବେଳେ ମଣିପୁର, ଦିଲ୍ଲୀ, କେରଳ ଓ ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ବଢିବାରେ ଲାଗିଛି।