ପୁରୀରେ ୧୪୪ ଧାରା ଜାରି

ପୁରୀ: ପୁରୀରେ ଜାରି ହେଲା ୧୪୪ ଧାରା। ନାଗାର୍ଜୁନ ବେଶ ଲାଗି ପାଇଁ ପାଇଁ ପୁଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ବୋଲି ପୁଲିସ୍ ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ ସମସ୍ତ ତଥା ବିଶେଷ କରି ପୁରୀର ନାଗରିକଙ୍କ ସ୍ୱାସ୍ଥ୍ୟ ପ୍ରତି ସର୍ବୋଚ୍ଚ ପ୍ରାଥମିକତା ଦେବା ଏବଂ କୋଭିଡ୍-୧୯ ସତର୍କତା ଅନୁଯାୟୀ ଭିଡ଼କୁ ରୋକିବା ଲାଗି ୧୪୪ ଧାରା ଜାରି କରାଯାଇଛି। ରାତି ୨ଟାରୁ ଆସନ୍ତାକାଲି ବେଶ ଲାଗି ପର୍ଯ୍ୟନ୍ତ ରହିବ କଟକଣା।
୨୬ ବର୍ଷ ପରେ ଶ୍ରୀମନ୍ଦିରରେ ନାଗାର୍ଜୁନ ବେଶ ଅନୁଷ୍ଠିତ ହେଉଥିବା ବେଳେ ଏହି ବେଶ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ।