Odisha Link
Bridging the Missing Links in Odisha

କୋଭିସିଲ୍ଡର ବ୍ୟବହାର ପାଇଁ ଅନୁମତି ମାଗିଲା ସେରମ୍ ଇନଷ୍ଟିଚ୍ୟୁଟ୍

ନୂଆଦିଲ୍ଲୀ: କରୋନା ଭାକସିନ୍ ନେଇ ସମସ୍ତେ ଅପେକ୍ଷାରେ। ଫାଇଜର ପରେ ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଭାକସିନର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ମାଗିଛି। ଏହାସହ ସେରମ ଇନଷ୍ଟିଚ୍ୟୁଟ୍ ଡିଜିସିଆଇ ସମ୍ମୁଖରେ ଆବେଦନ କରିଥିବା ପ୍ରଥମ ସ୍ୱଦେଶୀ କମ୍ପାନୀ ହୋଇଛି।

ସୂଚନାନୁସାରେ, ସେରମ ଇନଷ୍ଟିଚ୍ୟୁଟ୍ ଅପ୍ ଇଣ୍ଡିଆ ଦେଶର ଆବଶ୍ୟକତା ତଥା ଜନତାଙ୍କ ହିତ ଦୃଷ୍ଟିରୁ କୋଭିସିଲ୍ଡ ଭାକସିନକୁ ମଞ୍ଜୁରୀ ଦେବା ପାଇଁ ଅନୁରୋଧ କରିଛି। ଏହାପୂର୍ବରୁ ଶନିବାର ଆମେରିକୀୟ କମ୍ପାନୀ ଫାଇଜର ଡିଜିସିଆଇଙ୍କୁ ନିଜର ଟିକାକୁ ମଞ୍ଜୁରୀ ଦେବାକୁ ଆବେଦନ କରିଥିଲା।

ସୂତ୍ରାନୁସାରେ, ସେରମ ଇନଷ୍ଟିଚ୍ୟୁଟ୍ ଡିଜିସିଆଇଙ୍କ ନିକଟରେ ଆବେଦନ କରି କହିଛି ଯେ, ଭାକସିନର କ୍ଲିନିକାଲ ପରୀକ୍ଷଣରେ ୪ଟି ବିଭିନ୍ନ ତଥ୍ୟକୁ ଆଧାର କରାଯାଇଛି। ଏହି ଭାକସିନ୍ ଗୁରୁତର ଲକ୍ଷଣ ଥିବା କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି। ଏହି ୪ଟି ତଥ୍ୟରୁ ଦୁଇଟି ୨ଟି ବ୍ରିଟେନର ହୋଇଥିବା ବେଳେ ଗୋଟିଏ ବ୍ରାଜିଲ ଓ ଅନ୍ୟଟି ଭାରତର ଅଟେ।

ସୂଚନାଯୋଗ୍ୟ, ସେରମ ଇନଷ୍ଟିଚ୍ୟୁଟର ସିଇଓ ଅଦାର ପୁନାଓ୍ୱାଲା ପୂର୍ବରୁ କହିଥିଲେ ଯେ, କୋଭିସିଲ୍ଡ ୯୦ ପ୍ରତିଶତ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି। ଏହାସହ ଟିକାକୁ ବହୁତ ଶୀଘ୍ର ଲୋକଙ୍କ ପାଇଁ ଉପଲବ୍ଧ କରାଯିବ ବୋଲି ସେ କହିବା ସହ ୧୦ କୋଟି ଡୋଜ୍ ପାଇଁ ଆଷ୍ଟ୍ରାଜେନେକା ସହ ଚୁକ୍ତି ହୋଇଥିବା ପ୍ରକାଶ କରିଥିଲେ।

Comments are closed.