Odisha Link
Bridging the Missing Links in Odisha

ଯୁବକଙ୍କୁ ମାରି କୂଅରେ ପିଙ୍ଗିଦେଲେ!

ଖୋର୍ଦ୍ଧା: ଯୁବକଙ୍କୁ ହତ୍ୟା କରି କୂଅରେ ଫୋପାଡ଼ି ଦେଇଥିବା ଅଭିଯୋଗ ଆସିଛି। ଏମିତି ଏକ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ରମ୍ଭାବିଲରେ। ଏକ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ସୂଚନା ଅନୁଶାରେ, ରମ୍ଭାବିଲ ଗାଁକୁ ବରଯାତ୍ରୀ ହୋଇ ଆସିଥିଲେ ଡିଆ ଗାଁର ଜଣେ ଯୁବକ। ଗତ ୯ରୁ ନିଖୋଜ ଥିବା ବେଳେ ଆଜି ସକାଳେ ଏକ କୂଅ ଭିତରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। କେହି ଦୁବୃର୍ତ୍ତ ତାଙ୍କୁ ହତ୍ୟାକରି କୂଅରେ ପକାଇ ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଖବର ପାଇଁ ଜଙ୍କିଆ ପୋଲିସ ମୃତଦେହକୁ ଉଦ୍ଧାର କରିବା ସହିତ ତଦନ୍ତ ଆରମ୍ଭ କରିଛି।

Comments are closed.