Odisha Link
Bridging the Missing Links in Odisha

ଦୀର୍ଘ ଦିନ ପରେ କ୍ରିକେଟ ମଇଦାନରେ ଷ୍ଟାର ଖେଳାଳି, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ: ଦୀର୍ଘ ବର୍ଷର ବ୍ୟବଧାନ ପରେ କ୍ରିକେଟ୍‌ ମଇଦାନକୁ ଫେରିଛନ୍ତି ଏସ୍‌ ଶ୍ରୀସନ୍ଥ। ଆଗକୁ ହେବାକୁ ଥିବା ସୟଦ ମୁସ୍ତାକ ଅଲୀ ଟ୍ରଫି ପାଇଁ ସେ କେରଳ ଦଳରେ ସାମିଲ ହୋଇଛନ୍ତି। ଏହାପୂର୍ବରୁ ସେ ଶ୍ରୀସନ୍ଥ ଏକ ଓ୍ବାର୍ମଅପ୍‌ ମ୍ୟାଚ୍‌ ଖେଳିଛନ୍ତି। ହେଲେ ମ୍ୟାଚରେ ପୁରୁଣା ଲୟରେ ଦେଖିବାକୁ ମିଳିଛନ୍ତି ଦ୍ରୁତ ବୋଲର ଶ୍ରୀସନ୍ଥ।

୩୭ ବର୍ଷୀୟ ଏହି ବୋଲରଙ୍କ ପାଖରେ ଏବେବି ସେହି ଦମ୍ ଓ ଜୋଶ୍ ଦେଖିବାକୁ ମିଳିଛି। ଯାହାର ଏକ ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ହୋଇଥିବା ଭିଡିଓରେ କ୍ରିକେଟ ମଇଦାନରେ ଶ୍ରୀସନ୍ଥ ଆକ୍ରମଣାତ୍ମକ ସ୍ୱଭାବ ଦେଖାଇଥିଲେ। ବୋଲିଂ କରିବା ସମୟରେ ସେ ବ୍ୟାଟ୍ସମ୍ୟାନଙ୍କୁ ସ୍ଲେଜିଂ ମଧ୍ୟ କରିବାକୁ ପଛାଇ ନଥିଲେ।

ନିକଟରେ ସେ ଏକ ସାକ୍ଷାତକାରରେ କହିଥିଲେ ଯେ, ସେ ୨୦୨୩ ବିଶ୍ୱକପ୍ ଖେଳିବେ । ଆଇପିଏଲର ବିଭିନ୍ନ ଟିମ୍ ମଧ୍ୟ ତାଙ୍କ ଉପରେ ସକରାତ୍ମକ ରୂପ ଦେଖାଇଛନ୍ତି। ସେ କେରଳ ପାଇଁ ରଣଜୀ ଓ ଇରାନୀ ଟ୍ରଫି ମଧ୍ୟ ଜିତିବାକୁ ଚାହୁଁଛନ୍ତି ।

ସୂଚନାଥାଉକି, ୨୦୧୯ରେ ଶ୍ରୀସନ୍ଥଙ୍କ ବାସନ୍ଦାଦେଶକୁ ୭ ବର୍ଷ ପାଇଁ କୋହଳ କରାଯାଇଥିଲା। ଏହି କାରଣରୁ ସେ ଘରୋଇ ଓ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ଚଳିତ ବର୍ଷ ମଧ୍ୟ ଆଇପିଏଲ୍ ନିଲାମ ପାଇଁ ଶ୍ରୀସନ୍ଥ ଉପଲବ୍ଧ ହେବେ। ଭଲ ପ୍ରଦର୍ଶନ କଲେ ଶ୍ରୀସନ୍ଥଙ୍କୁ ଆଇପିଏଲରେ ଖେଳିବା ପାଇଁ ସୁଯୋଗ ମିଳିପାରେ।

Comments are closed.