Odisha Link
Bridging the Missing Links in Odisha

୧୮ ରେ ଖୋଲିବ ଘଟଗାଁର ମା’ ତାରିଣୀ ମନ୍ଦିର

ଭୁବନେଶ୍ବର : କରେନା ମହାମାରୀ କାରଣରୁ ସମସ୍ତ ଧର୍ମାନୁଷ୍ଠାନ ଗୁଡ଼ିକୁ ବନ୍ଧ କରାଯାଇଥିଲା। ପୁରୀର ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ଖୋଲିବା ପରେ ଖୋଲିବ ଘଟଗାଁର ମା’ ତାରିଣୀ ମନ୍ଦିର।

ତେବେ ଜିଲ୍ଲାର ସବୁଠାରୁ ପ୍ରସିଦ୍ଧ ମନ୍ଦିର ଘଟଗାଁର ମା’ ତାରିଣୀ ମନ୍ଦିର ଆସନ୍ତା ୧୮ ତାରିଖରୁ ଖୋଲିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

କେନ୍ଦୁଝର ଜିଲ୍ଲାପାଳଙ୍କ ଅଫିସ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ କୋଭିଡ ଗାଇଡଲାଇନ ପାଳନ ସହିତ ଶ୍ରଦ୍ଧାଳୁମାନଙ୍କୁ ମନ୍ଦିରରେ ପ୍ରବେଶ ଅନୁମତି ମିଳିବ ।

Comments are closed.